ମୁମ୍ବାଇ: ଏନସିପି ନେତା ନଓ୍ଵାବ ମଲିକଙ୍କ ଗିରଫଦାରୀରେ ଉତକ୍ଷୀପ୍ତ ଶିବସେନା କେନ୍ଦ୍ରୀୟ ଏଜେନ୍ସିର ତୂଳନା ନାଜି ଆର୍ମି ସହ କରିଛନ୍ତି। ଶିବସେନା ନିଜର ମୁଖପତ୍ର ସାମନା ଜରିଆରେ ବିଜେପି ଏବଂ କେନ୍ଦ୍ର ସରକାରଙ୍କ ଉପରେ ହମଲା କରିଛି। ମହାରାଷ୍ଟ୍ର ସରକାରରେ ସହଯୋଗୀ ଏନସିପିର ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଶିବସେନା କହିଛି, ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ୍ ଶାହା ଏବଂ ତାଙ୍କର ନାଜି ସେନା କ୍ଷମତାକୁ ଫେରିବେ ନାହିଁ। ସଂପାଦକୀୟରେ ଲେଖା ହୋଇଛି, ନଓ୍ଵାବ ମଲିକ ଲଗାତାର କେନ୍ଦ୍ରୀୟ ଏଜେନ୍ସି ଏବଂ ବିଜେପି ଉପରେ ଆକ୍ରମଣ କରୁଥିଲେ। ଏଥିପାଇଁ ତାଙ୍କୁ ଫସା ଯାଇଛି।
କେବଳ ଏତିକି ନୁହେଁ ବିଜେପି ଉପରେ ଶାଣିତ ସ୍ଵରରେ ହମଲା କରି ଶିବସେନା କହିଛି, ଭଗବାନଙ୍କ ଇଚ୍ଛା ଯେ ବିଜେପି କ୍ଷମତାକୁ ନ ଆସିବା ଉଚିତ୍। ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଫସାଇବା ପାଇଁ ଏଜେନ୍ସିର ଦୁରୁପଯୋଗ କରିବା ଗଣତନ୍ତ୍ରର ହତ୍ୟା। ଶିବସେନା କହିଛି, ନଓ୍ଵାବ ମଲିକ ହସ ହସ ମୁହଁରେ ଇଡି ଅଫିସରୁ ବାହାରିଲେ। ଏଥିରୁ ସ୍ପଷ୍ଟ ଯେ, ସେ ମୁଣ୍ଡ ନୁଆଁଇବେ ନାହିଁ। ଆମେ ଲଢିବୁ ଏବଂ ବିଜୟ ହାସଲ କରିବୁ। ହିଟଲରଙ୍କ ନାଜି ସେନାର ପରାଜୟ ନିଶ୍ଚିତ। ଶିବସେନାର ଏହି ଟିପ୍ପଣୀକୁ ନେଇ ଅଦ୍ୟାବଧି ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
ଗତ ଦୁଇ ବର୍ଷରେ ମହାରାଷ୍ଟ୍ର ସରକାରରେ ସାମିଲ୍ ଅନେକ ବିଧାୟକ, ମନ୍ତ୍ରୀ ଏବଂ ଅନ୍ୟ ନେତାଙ୍କୁ ଇଡି, ଇଡିର ନୋଟିସ୍ ଏବଂ ଆୟକର ଚଢାଉର ସାମ୍ନା କରିବାକୁ ପଡିଛି। ଶିବସେନା ଏବଂ ଏନସିପିର ଅନେକ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାନୁଷ୍ଠାନ ନେଇଛି। କେନ୍ଦ୍ରୀୟ ଏଜେନ୍ସି ବିଜେପିର ଗୁଲାମ ପରି କାମ କରୁଛି। ଏହାର ବ୍ୟବହାର ବିରୋଧୀ ନେତାଙ୍କୁ ଚୁପ୍ କରାଇବା ପାଇଁ କରାଯାଉଛି। ମହାରାଷ୍ଟ୍ରରେ ଶରଦ ପାଓ୍ଵାର ଏବଂ ତାଙ୍କ ପରିବାର, ଉଦ୍ଧବ ଠାକରେ ଏବଂ ତାଙ୍କ ପରିବାର, ସଞ୍ଜୟ ରାଉତ ଏବଂ ତାଙ୍କ ପରିବାରଙ୍କ ବ୍ୟତୀତ ଅନିଲ ପରବ, ଅନିଲ୍ ଦେଶମୁଖ ଏବଂ ଅନ୍ୟ ଲୋକଙ୍କୁ ବଦନାମ କରାଯାଉଛି। ସେମାନଙ୍କ ବିରୋଧରେ ମିଥ୍ୟା କେସ୍ ରୁଜୁ କରାଯାଉଛି। ଆଉ ବିଜେପି ଏହାର ଉତ୍ସବ ପାଳନ କରୁଛି। ଏହା କେମିତି କା ରାଜନୀତି ବୋଲି ଶିବସେନା ପ୍ରଶ୍ନ କରିଛି।