fbpx

୨୮ରୁ ବନ୍ଦ ହେବ ସମସ୍ତ କୋଭିଡ କେୟାର ସେଣ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । କୋଭିଡ ସ୍ଥିତିରେ ସୁଧାର ପରେ ବଡ଼ ପଦକ୍ଷେପ ନେଇଛି ବିଏମସି । ୨୮ରୁ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ କରିବାକୁ ବିଏମସି ନିଷ୍ପତ୍ତି ନେଇଛି । ହାଇଟେକ୍, କିମସ କୋଭିଡ ହସ୍ପିଟାଲ ବନ୍ଦ ହେବ । ଏନେଇ ବିଏମସି ପକ୍ଷରୁ ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଠାଯାଇଛି କ୍ଲୋଜର ନୋଟିସ ।

ତେବେ ସମ୍ ହସ୍ପିଟାଲରେ ୭୦ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ୩୦ରେ ସୀମିତ ଶଯ୍ୟା ରହିବ । ବର୍ତ୍ତମାନ କେବଳ ୩୦ ଜଣ କୋଭିଡ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଏନେଇ ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।

 

Get real time updates directly on you device, subscribe now.