fbpx

ବିଦେଶୀଙ୍କ ଭାରତ ଯାତ୍ରା ଉପରେ କଟକଣା

ନୂଆଦିଲ୍ଲୀ, ୧୬ା୩: ବିଦେଶୀଙ୍କ ଭାରତ ଯାତ୍ରା ଉପରେ କଟକଣା ଲାଗୁ ହୋଇଛି । ମାର୍ଚ୍ଚ ୧୮ ପରେ ୟୁରୋପୀୟ ସଙ୍ଘରୁ ଭାରତ ଆସିବାକୁ ମନା କରାଯାଇଛି । ସେହିପରି ତୁର୍କୀ ଓ ବ୍ରିଟେନରୁ ମଧ୍ୟ ଭାରତ ଆସିବାକୁ ମନା କରାଯାଇଛି । ୧୮ମାର୍ଚ୍ଚରୁ ଏହି କଟକଣା ଲାଗୁ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ କରେନା ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ୧୧୫ ଜଣ କରୋନାରେ ଆକ୍ରାନ୍ତ ଥିବା ବେଳେ ଓଡ଼ିଶାରେ ଜଣେ କରୋନାରେ ଆକ୍ରାନ୍ତ ଥିବା ସୂଚନା ରହିଛି ।

Get real time updates directly on you device, subscribe now.