ରାଜଧାନୀବାସୀଙ୍କୁ ଆଶ୍ୱସ୍ତି: ହଟିବ କରୋନା କଟକଣା, ଜାଣନ୍ତୁ କେଉଁ କାର୍ଯ୍ୟ ଉପରେ କୋହଳ ହେଲା ନିୟମ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ଏହାକୁ ନଜରରେ ରଖି କଟକରା ଉପରେ କୋହଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏବେ ରାଜଧାନୀରେ କାରରେ ଯାତାୟତ ସମୟରେ ମାସ୍କ ବାଧ୍ୟତାମୂଳକ ରହିବ ନାହିଁ । ଅର୍ଥାତ ନିଜ କାରରେ ଯାଉଥିବା ସମୟରେ ଆପଣ ବିନା ମାସ୍କରେ ଯାତାୟତ କରିପାରିବେ । ତେବେ ଏହି ନିୟମ ଆସନ୍ତା ସୋମବାରରୁ ଲାଗୁ ହେବ ବୋଲି କହିଛନ୍ତି ଦିଲ୍ଲୀ ସରକାର ।

Arvind Kejriwal promises Rs 1,000 to women, Rs 5,000 to jobless youths  monthly if voted to power in- The New Indian Express

କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏକ ନୂଆ ଆଦେଶାମା ଜାରି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ । ଏହି ନିୟମ ଅନୁସାରେ ନିଜ କାରରେ ଯାଉଥିବା ସମୟରେ ମାସ୍କ ଲଗାଇବା ନେଇ ଥିବା କଟକଣାକୁ କୋହଳ କରିଛନ୍ତି ସରକାର । ଅନ୍ୟ ପକ୍ଷରେ ଦିଲ୍ଲୀ ସରକାର ଡିଡିଏମଏ ସହିତ ବୈଠକ ପରେ ରାଜ୍ୟରେ ସମସ୍ତ କୋଭିଡ କଟକଣାକୁ ହଟାଇ ଦେଇଛନ୍ତି । ନାଇଟ କର୍ଫ୍ୟୁ ହଟାଇବା ସହ ଏପ୍ରିଲ ମ।।ସରୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ କିଛି କଟକଣା ଏବେ ମଧ୍ୟ ଲାଗୁ ହୋଇ ରହିଛି । ଯେପରି ନଗର ନିଗମ କ୍ଷେତ୍ରରେ ଏକାଧିକ ସାପ୍ତାହିକ ହାଟ, ଧାର୍ମିକ ସ୍ଥଳରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରିବା ସହ ଏବଂ ବିବାହରେ ସର୍ବାଧିକ ୨୦୦ଜଣଙ୍କୁ ଅନୁମତି ଦେଇଛନ୍ତି ସରକାର ।