fbpx

ଘରେ ବସି ଟିଭି ଦେଖି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ; ଜାଣନ୍ତୁ କ’ଣ ଏହି ଚାକିରି

କ୍ୟାରିୟର ତଥା ଚାକିରି ପାଇଁ ସମସ୍ତେ ଚିନ୍ତିତ । ଆଉ ସମସ୍ତଙ୍କୁ ଟଙ୍କାର ଆବଶ୍ୟକତା ମଧ୍ୟ ରହିଛି ଏଥିପାଇଁ ସମସ୍ତେ ଚାକିରି କରିଥାନ୍ତି କିମ୍ବା କୌଣସି କାମ କରିଥାନ୍ତି । ସମସ୍ତେ ନିଜ ପସନ୍ଦର ଚାକିରି ମଧ୍ୟ ଖୋଜିଥାନ୍ତି । କିନ୍ତୁ ହୁଏତ ତାହା ସମ୍ଭବ ହୋଇପାରିନଥାଏ । କିନ୍ତୁ ଯଦି ଘରେ ବସି ଆପଣଙ୍କୁ ଆପଣଙ୍କର ପସନ୍ଦର ଟିଭି ସୋ ଦେଖିବାକୁ କୁହାଯାଏ ଏବଂ ଆପଣଙ୍କୁ ଏଥିପାଇଁ ଟଙ୍କା ଦିଆଯାଏ ତେବେ ଏହାଠାରୁ ଭଲ ଆଉ କ’ଣ ହୋଇପାରେ?

ୟୁନାଇଟେଡ କିଙ୍ଗଡମର ନଟିଂହାମରେ ରହୁଥିବା ଆଲେକଜାଣ୍ଡାର ଟାଉନେଲଙ୍କ ପାଖରେ ଏଭଳି ଏକ ଚାକିରି ରହିଛି, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୨୬ ବର୍ଷୀୟ ଆଲେକଜାଣ୍ଡର ଟାଉନେଲଙ୍କ ପସନ୍ଦର କାର୍ଟୁନ ଶୋ ‘ଦ ସିମ୍ପସନ’ ଅଟେ ଏବଂ ସେ ଏହାକୁ ଘଣ୍ଟା ଘଣ୍ଟା ଧରି ଦେଖିଥାନ୍ତି ଏବଂ ଏଥିପାଇଁ ତାଙ୍କୁ ଟଙ୍କା ମଧ୍ୟ ମିଳିଥାଏ । ତାଙ୍କୁ ତାଙ୍କର ଏହି ପ୍ରିୟ କାର୍ଟୁନ ଦେଖିବାକୁ ପ୍ରତିମାସରେ ୫,୦୦୦ ୟୁରୋ ଅର୍ଥାତ୍ ୫ ଲକ୍ଷ ଟଙ୍କା ପ୍ରତିବର୍ଷକୁ ମିଳିଥାଏ । ଏମିତିକି ତାଙ୍କୁ ସ୍ନାକ୍ସ ମଧ୍ୟ ଯୋଗାଇଦିଆଯାଇଥାଏ । ଆଉ ଏହା ମଧ୍ୟ ସବୁଦିନ କରିବାକୁ ପଡ଼ିନଥାଏ ।

ଏମିତିରେ ଚକଲେଟ ଟେଷ୍ଟର, ବର୍ଗର କିମ୍ବା ପିଜ୍ଜା ଟେଷ୍ଟର, ମ୍ୟାଟ୍ରେସ ଟେଷ୍ଟର ଏବଂ ହୋଟେଲ ରିଭ୍ୟୁ ଭଳି ଅନେକ ଭଲ ଚାକିରି ରହିଛି, ଯାହା ଆପଣଙ୍କୁ ଆପଣଙ୍କ କାମରୁ ଅଧିକ ଟଙ୍କା ଦେଇପାରେ । ତଥାପି କୌଣସି ଚାକିରି ଆପଣଙ୍କୁ ଆପଣଙ୍କ ଆରାମ ଦେବା ପାଇଁ ହୋଇନାହିଁ । କିନ୍ତୁ ଆଲେକ୍ସାଣ୍ଡାର ଟାଉନେଲଙ୍କ କାମ ସଂପୂର୍ଣ୍ଣ ଅଲଗା ।

ତେବେ ଏହି କାମ ସହଜ ଜଣାପଡ଼ୁଥିଲେ ମଧ୍ୟ ଏହା ଏତେ ସହଜ ନୁହେଁ କାରଣ ତାଙ୍କୁ ଏହି କାର୍ଟୁନର ପ୍ରତିଟି ଏପିସୋଡକୁ ଧ୍ୟାନ ସହକାରେ ଦେଖିବାକୁ ହୋଇଥାଏ ଏବଂ ତାଙ୍କୁ ବିଶ୍ଲେଷଣ କରିବାକୁ ପଡ଼େ । ଏପିସୋଡର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏମିତିକି କ୍ରୁ କାର୍ଟୁନରେ ଚରିତ୍ରର ନାମ ଏବଂ କ୍ରୁ ମେମ୍ବରଙ୍କ ସହ ସମସ୍ତଙ୍କର ନାମକୁ ବି ଲେଖିବାକୁ ପଡ଼େ ।

Get real time updates directly on you device, subscribe now.