fbpx

ବିମାନରେ ଏୟାର ହୋଷ୍ଟେସ୍ ଉପରେ ଛେପ ପକାଇବା ସହ ଚାପୁଡା ମାରିଲେ ଯୁବକ, ଭାଇରାଲ୍

ବିମାନରେ ଜଣେ ଯାତ୍ରୀ ଓ ଏୟାର ହୋଷ୍ଟେସଙ୍କ ମଧ୍ୟରେ ମାରପିଟ୍ । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଡେଲି ମେଲଙ୍କ ରିପୋର୍ଟ ଅନୁସାରେ, ଜଣେ ପୁରୁଷ ଯାତ୍ରୀ ଏୟାର ହୋଷ୍ଟେସଙ୍କୁ ଚାପୁଡା ମାରିବା ସହ ତାଙ୍କ ମୁହଁରେ ଛେପ ପକାଇଛନ୍ତି । ଏହି ଘଟଣାର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ରିପୋର୍ଟ ମୁତାବକ, ଏହି ଘଟଣାଟି ବ୍ରସେଲ୍ସ ଏୟାରଲାଇନ୍ସର ଏକ ବିମାନରେ ଘଟିଯାଇଛି । ବର୍ତ୍ତମାନ ସୁଦ୍ଧା ଏୟାରଲାଇନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପାଖାପାଖୀ ୨ ମିନିଟର ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ବିମାନ କର୍ମଚାରୀ ଯାତ୍ରୀମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । କୁହାଯାଉଛି ଯେ, ଯୁବକଙ୍କ ଗଣ୍ଡଗୋଳ ଯୋଗୁଁ ପ୍ରଥମେ ଏୟାର ହୋଷ୍ଟେସ୍ ତାଙ୍କୁ ଚାପୁଡା ମାରିଥିଲେ । ଭିଡିଓରେ ଯୁବକଙ୍କ ପତ୍ନୀ ମଧ୍ୟ ଚିଲ୍ଲାଉଥିବାର ଦେଖିବାକୁ ମିଳୁଛି ।’


ତେବେ ମାଙ୍କ ସହ ଆଗରେ ବସିଥିବା ବ୍ୟକ୍ତି ଅସଦାଚରଣ କରୁଛି ବୋଲି ଯୁବକ ଜଣକ ଅଭିଯୋଗ କରିଥିଲେ । ଏହା ପରେ ପୁରୁଷ ବିମାନ କର୍ମଚାରୀ ଓ ଅଭିଯୋଗକାରୀ ଯାତ୍ରୀ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପାଇଁ ବରିଷ୍ଠ ଏୟାର ହୋଷ୍ଟେସ୍ ଆସିଥିଲେ । ଯାତ୍ରୀଙ୍କୁ ପାଟି ଚୁପ୍ କରିବାକୁ କହିବା ସହ ଚାପୁଡା ମାରିଥିଲେ ଏୟାର ହୋଷ୍ଟସ୍ । ଏହାର ପ୍ରତିବଦଳରେ ଯାତ୍ରୀ ଜଣକ ମଧ୍ୟ ଏହାର ହୋଷ୍ଟେସଙ୍କୁ ଛେପ ପକାଇବା ସହ ଚାପୁଡା ମାରିଥିବା ଜଣାପଡିଛି ।

Get real time updates directly on you device, subscribe now.