ପୁଣି ଫେରୁଛି କରୋନା: ଖୁବଶୀଘ୍ର ଏହିଠାରୁ ହୋଇପାରେ ମହାମାରୀର ଭୟାନକ ବିସ୍ଫୋରଣ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ଏବେ ସାମ୍ୟନ୍ୟ କମ ରହିଛି । ଫଳରେ ଆଶ୍ୱସ୍ତି ଲାଭ କରିଛନ୍ତି ବିଶ୍ୱବାସୀ । କିନ୍ତୁ ଏହି ସମୟରେ ଆଉ ଏକ ଭୟାନକ ତଥ୍ୟ ସାମନାକୁ ଆସିଛି ଯାହାକୁ ନେଇ ପୁଣିଥରେ ଚିନ୍ତାରେ ପଡିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡଐଙ) । କରୋନାର ପରବର୍ତ୍ତୀ ଲହରରେ ହଙ୍ଗକଙ୍ଗ ଏକ ହବ ହେବ ବୋଲି ଅନୁମାନ କରାଯାଉଛି । ଏହି ଦେଶରୁ କରୋନାର ପରବର୍ତ୍ତୀ ପର୍ଯ୍ୟାୟ ଉତ୍ପତ୍ତି ହେବା ସହ ପୁଣିଥରେ ସଂକ୍ରମଣ ବଢାଇବ ବୋଲି କୁହାଯାଉଛି । ତେବେ କାହିଁକି ଏମିତି କୁହାଯାଉଛି ? ଆସନ୍ତୁ ଜାଣିବା ।

Xi tells Hong Kong to control Omicron-fuelled outbreak | Coronavirus  pandemic News | Al Jazeera

ସେମାବାର ଗୋଟିଏ ଦିନରେ ହଙ୍ଗକଙ୍ଗରୁ ମୋଟ ୩୪ ହଜାର ୪୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ପୂର୍ବରୁ ହିଁ ମୃତ୍ୟୁର ତାଣ୍ଡବଲୀଳା ଆରମ୍ଭ ହୋଇ ସାରିଛି । ଏପରିକି ପରିସ୍ତିତିକୁ ନଜରରେ ରଖି ଖୁବଶୀଘ୍ର ସୋଂରେ ଲକଡାଉନ ଘୋଷଣା ହୋଇପାରେ ବୋଲି ମଧ୍ୟ ସ୍ୱସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି । ହଙ୍ଗକଙ୍ଗ ଏବେ ଭାଇରସର ପଞ୍ଚମ ଲହର ସହିତ ଯୁଦ୍ଧ କରିଚାଲିଛି । ଗୋଟିଏ ସପ୍ତାହ ପୂର୍ବର ସଂକ୍ରମଣ ସହିତ ତୁଳନା କରାଗଲେ ଆଜିତର ସଂକ୍ରମଣ ୪ ଗୁଣରୁ ବି ଅଧିକ ରହିଛି । ଗୋଟିଏ ସପ୍ତାହ ତଳେ ସଂକ୍ରମଣ ସଂଖ୍ୟା ୭,୫୦୦ ରହିଥିବା ବେଳେ ଗତ ୨୪ ଘଣ୍ଟାରେ ସଂକୟମଣ ୩୪ ହଜାରରୁ ଅଧିକ ରହିଛି । ଏହା ବ୍ୟତୀତ ମୃତ୍ୟୁ ସଂଖ୍ୟା ମଧ୍ୟ ୮୭ରେ ପହଞ୍ଚିଛି, ଯେଉଁଥିରୁ ୬୭ ଜଣ ଟୀକା ଗ୍ରହଣ କରି ନଥିଲେ । ଏ ନେଇ ସୂଚନା ଦେଇଛନ୍ତି ସହରର ସେଣ୍ଟର ଫର ହେଲଥ ପୋଟେକ୍ସନର ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଅଲବର୍ଟ ଏୟୁ ।

ତେବେ ଏପରି ପରିସ୍ତିତିରେ ସରକାର ଲୋକମାନଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇପାରେ । ଏହାବ୍ୟତୀତ ଲୋକଙ୍କ ଗତିବିଧି ଏବଂ ଜନଗହଳିକୁ ରୋକିବା ପାଇଁ ସରକାର ଲକହାଉନ ଭଳି ପଦକ୍ଷେପ ଆପଣେଇବା ପାଇଁ ମଧ୍ୟ ଚିନ୍ତା କରୁଥିବା କହିଛନ୍ତି ହଂକଂର ସ୍ୱାସ୍ଥ୍ୟମନ୍ତ୍ରୀ ସୋଫିଆ ଖାନ ।