ନୂଆଦିଲ୍ଳୀ: ଡ୍ରାଗନକୁ ପରାସ୍ତ କଲା ବାଘ । ଭାରତୀୟ ଅର୍ଥନୀତି ପୁଣି ଥରେ ସଫଳତାର ଦିଗରେ ଏହାର ଯାତ୍ରା ଆରମ୍ଭ କରିଛି । କରୋନାରେ ଭାରତୀୟ ଅର୍ଥନୀତିର ମେରୁହାଡ ଭାଙ୍ଗି ଯାଇଥିବା ବେଳେ ଧୀରେଧୀରେ ଏହା ଅଣ୍ଟା ସଳଖୁଛି । ଭାରତ ଘରୋଇ ଅଭିବୃଦ୍ଧି ହାର(ଜିଡିପି)ରେ ଚୀନକୁ ପଛରେ ପକାଇଛି ଭାରତ । ୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ କ୍ୱାର୍ଟରରେ ପ୍ରକାଶିତ ତଥ୍ୟରୁ ଏହା ପ୍ରମାଣିତ ହୋଇଛି । ଡିସେମ୍ବରରେ ଶେଷ ହୋଇଥିବା ଏହି କ୍ୱାର୍ଟରରେ ଭାରତର ଜିଡିପି ୫.୪ ରହିଥିବା ଜାତୀୟ ପରିସଂଖ୍ୟାନ ବିଭାଗ ପକ୍ଷରୁ କୁହାଯାଇଛି ।
ତେବେ ଡିସେମ୍ବରର ଜିଡିପି ପୂର୍ବ ତ୍ରୈମାସ ତୁଳନାରେ କମ ରହିଥିଲେ ହେଁ ମାନ୍ଦାବସ୍ଥା ମୁକାବିଲା କରିବାରେ ଭାରତ ସଫଳ ହୋଇଛି । ସମାନ ସମୟରେ ଚୀନର ଜିଡିପି ୪ ପ୍ରତିଶତ ରହିଛି । ଅକ୍ଟୋବର କ୍ୱାର୍ଟରରେ ଭାରତର ଜିଡିପି ୮.୫ ପ୍ରତିଶତ ରହିଥିଲା । ତେବେ ଭାରତର ଏହି ସଫଳତାର ଶ୍ରେୟ ସମସ୍ତ କୋର ସେକ୍ଟରକୁ ଯାଉଛି । ୮ଟି ଯାକ ଭିତ୍ତିଭୂମି ସେକ୍ଟରରେ ଜିଡିପି ୩.୭ ପ୍ରତିଶତ ବୃଦ୍ଧି ପାଇଥିଲା । ରାସାୟନିକ ସାର ଏବଂ ଅଶୋଧିତ ତୈଳକ୍ଷେତ୍ରରେ ଜିଡିପି ପ୍ରାୟ ୪.୧ ପ୍ରତିଶତ ହ୍ରାସ ପାଇଥିଲେ ହେଁ ଏହା ଅର୍ଥନୀତିକୁ ପ୍ରଭାବିତ କରି ପାରି ନାହିଁ । ବିଗତ ଜାନୁୟାରୀ ମାସରେ କୋଇଲା ଉତ୍ପାଦନ ୮.୨ ପ୍ରତିଶତ ବଢିଥିବା ବେଳେ ପ୍ରାକୃତିକ ଗ୍ୟାସ ୧୧.୭ ପ୍ରତିଶତ ବୃଦ୍ଧି ପାଇଛି । ରିଫାଇନାରୀ ଉତ୍ପାଦ ଏହି ସମୟରେ ୩.୭ ପ୍ରତିଶତର ଅଭିବୃଦ୍ଧି ଦେଖିଥିବା ବେଳେ ସିମେଣ୍ଟ ଉତ୍ପାଦନ ୧୩.୬ ପ୍ରତିଶତ ବଢିଛି ।