fbpx

କ୍ୱାରେଣ୍ଟାଇନରେ ରହିବେ ଗଜପତି ମହାରାଜ

ପୁରୀ, ୧୭ା୩(ଓଡ଼ିଶା ଭାସ୍କର): ଆଜି କୋଡ଼ିଭ-୧୯ ରେଜିଷ୍ଟ୍ରେସନ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି ଗଜପତି ମହାରାଜ । ଗଜପତି ମହାରାଜଙ୍କ ସହ ତାଙ୍କର ପୁରା ପରିବାର ପଞ୍ଜୀକରଣ କରିଛନ୍ତି । ଆମେରିକାରୁ ଫେରିବା ପରେ ନିଜ ଆଡ଼ୁ ତଥ୍ୟ ଦେଇଛନ୍ତି ଗଜପତି । ଏନେଇ ୧୪ଦିନ ଭୁବନେଶ୍ୱର ବାସଭବନରେ ସ୍ୱତନ୍ତ୍ର ନିରୀକ୍ଷଣରେ ରହିବେ । ଗତ ରବିବାର ଆମେରିକାରୁ ଭୁବନେଶ୍ୱର ଫେରିିଥିଲେ ଗଜପତି ମହାରାଜ । ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ନିଜ ଆଡ଼ୁ ସରକାରଙ୍କୁ ତଥ୍ୟ ଦେଇଛନ୍ତି ।
ଗତକାଲି ସରକାର ବାହାରୁ ଆସିଥିଲେ କୋଡ଼ିଭ-୧୯ ପଞ୍ଜୀକରଣ ପୋର୍ଟାଲରେ ନିଜର ନାମ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରିଥିଲେ । କରୋନା ସତର୍କତାକୁ ନେଇ ଏହିପରି ପଦକ୍ଷେପ ନିଆଯାଇଥିଲା ।

Get real time updates directly on you device, subscribe now.