fbpx

ୟୁକ୍ରେନକୁ କବଜା କରିବା ପରେ ହଟିବେ ଜେଲେନସ୍କି, ନୂଆ ରାଷ୍ଟ୍ରପତିଙ୍କୁ ନିଯୁକ୍ତି ଦେବେ ପୁଟିନ

ନୂଆଦିଲ୍ଲୀ: ଆଜି ନବମ ଦିନରେ ପହଞ୍ଚିଛି ରୁଷିଆ-ୟୁକ୍ରେନ ଲଢ଼େଇ । ତେବେ ଇତିମଧ୍ୟରେ ଦ୍ୱିତୀୟ ଥର ପାଇଁ ଆରମ୍ଭ ହୋଇଛି ଦୁଇ ଦେଶର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା । ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ନିଜର ନ୍ୟୁକ୍ଲିୟର ଟିମକୁ ଆଲର୍ଟ କରିବା, ନିଜର ପରିବାରବର୍ଗଙ୍କୁ ଅଣ୍ଡରଗ୍ରାଉଣ୍ଡକୁ ପଠାଇବା ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଦେଇଥିଲା । ଏହି ଯୁଦ୍ଧରେ ପୁଟିନ ଆଣବିକ ଅସ୍ତ୍ରର ପ୍ରୟୋଗ କରିପାରନ୍ତି ବୋଲି ଖୁବ୍ ଚର୍ଚ୍ଚା ହୋଇଥିଲା ।

ତେବେ ଏହା ମଧ୍ୟରେ ପୁଟିନଙ୍କର ୟୁକ୍ରେନ ଦଖଲକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ପୁଟିନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ହଟାଇବାକୁ ଚାହୁଁଛନ୍ତି । ଆଉ ସେ ସ୍ଥାନରେ ଜଣେ ନୂଆ ରାଷ୍ଟ୍ରପତି ଭାବେ ଭିକ୍ଟର ୟାନୁକୋଭିଚଙ୍କୁ ଅବସ୍ଥାପିତ କରିବାକୁ ଚାହୁଁଛନ୍ତି । ୟୁକ୍ରେନ ସମ୍ପୂର୍ଣ୍ଣ ଭାବେ ରୁଷ ସେନାର ନିୟନ୍ତ୍ରଣକୁ ଆସିଯିବା ପରେ ଭିକ୍ଟରଙ୍କୁ ନୂଆ ରାଷ୍ଟ୍ରପତି ଭାବେ ଘୋଷଣା କରାଯିବ । ରୁଷ ସେନା ଦ୍ୱାରା ହମଲା ଜାରି ରହିଥିବା ବେଳେ ଏପରି ଖୁଲାସା କରିଛି ୟୁକ୍ରେନ ମିଡ଼ିଆ ।

ତେବେ ଭିକ୍ଟର ପାଖାପାଖି ୪ ବର୍ଷ ଧରି ୟୁକ୍ରେନର ରାଷ୍ଟ୍ରପତି ଦାୟିତ୍ୱରେ ରହିଥିଲେ । ଗତ ୨୦୧୪ରେ ୟୁକ୍ରେନ କ୍ରାନ୍ତି ସମୟରେ ଭିକ୍ଟରଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା । ଏହାପରଠାରୁ ସେ ରୁଷରେ ନିର୍ବାସିତ ଜୀବନ ବିତାଇ ଆସୁଛନ୍ତି । ଭିକ୍ଟର ନିଜର ଯୁବାବସ୍ଥାରେ ହିଂସ୍ର, ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହି ଦୁଇଥର ଜେଲ ଯାଇଥିଲେ । ୨୦୦୪ ମସିହା ନିର୍ବାଚନ ସମୟରେ ପୁଟିନ ତାଙ୍କୁ ସମର୍ଥନ କରିବା ସହ ତାଙ୍କୁ ‘ମସ୍କୋ କା ଆଦମୀ’ ଭାବେ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.