ସେହସାଣା: କଂଗ୍ରେସ ନେତାଙ୍କ ପୁଅ ବାହାଘର ଭୋଜି ଖାଇ ପ୍ରାୟ ୧୨୦୦ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ସେହସାଣା ଜିଲ୍ଲାର ସାଭଲା ଗ୍ରାମରେ । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ନେଇ ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଥାନ୍ତି ।
ସେହସାଣାର ପୋଲିସ ଅଧୀକ୍ଷକ ପାର୍ଥରାଜ ସିଂହ ଗୋହିଲ କହିଛନ୍ତି ଯେ ବିବାହ ସମାରୋହରେ ଖାଦ୍ୟ ଖାଇବା ପରେ ୧୨୦୦ ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଅଧୀକ୍ଷକଙ୍କ ଅନୁଯାୟୀ ଭୋଜି ଖାଇବା ପରେ ଲୋକମାନେ ବାନ୍ତି କରିବାକୁ ଲାଗିଥିଲେ ଏବଂ ପେଟ ଖରାପ ହେବା ଏବଂ ଝାଡ଼ା ହେବାରେ ଲାଗିଥିଲା । ସମସ୍ତେ ବିସନଗର, ମେହସାଣା ଏବଂ ଭଡ଼ନଗର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ବିବାହ ଭୋଜିରେ ପରଷା ଯାଇଥିବା ଖାଦ୍ୟର ନମୁନା ଫରେନସିକ ଲ୍ୟାବକୁ ପଠାଯାଇଥିବାବେଳେ ପୋଲିସ୍ ଏହି ମାମଲାର ଯାଞ୍ଚରେ ଲାଗିଛି ।