ଜମ୍ମୁ କଶ୍ମୀର: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତରେ ମଧ୍ୟ ଆରମ୍ଭ ହୋଇଛି ବିସ୍ଫୋରଣର କାହାଣୀ । ଜମ୍ମୁ କଶ୍ମୀର ରାଜଧାନୀ ଶ୍ରୀନଗରର ଲଳ ଚୌକରେ ହୋଇଛି ଆକ୍ରମଣ । ବିସ୍ଫୋରଣରେ ୧୦ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଆଟାକ ପଛରେ ଆତଙ୍କୀ ସଂଗଠନର ହାତ ଥିବା ନେଇ ଅନୁମାନ କରାଯାଉଛି । ତେବ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ପରେ ଏବେ ସେମାନେ ସୁସ୍ଥ ଥିବା ଜଣାଯାଇଛି ।
ସୂଚନା ମୁତାବକ, ଶ୍ରୀନଗର ଲାଲ ଚୌକରେ ଅଞ୍ଚଳରେ ହୋଇଛି ଏକ ସନ୍ଦିଗ୍ଧ ଆତଙ୍କୀ ଆକ୍ରମଣ । ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ ଆକ୍ରମଣ କରିଥିଲେ ଆତଙ୍କବାଦୀ ଗୋଷ୍ଠୀ । ସେଣ୍ଟ୍ରଲ କଶ୍ମୀରର ଶ୍ରୀନଗର ଜିଲ୍ଲାରେ ହୋଇଥିବା ଏହି ଆକ୍ରମଣରେ ୧୦ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଡାକ୍ତର କହିବା ଅନୁସାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ଜଣାଯାଇଛି ।
ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ମିଳିତ ଦଳ ଉପରେ ଆତଙ୍କବାଦୀ ଗ୍ରେନେଡ ଆକ୍ରମଣ କରିଥିବା ନେଇ ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ଏହି ବିସ୍ଫୋରଣରେ ୧୦ ଜଣ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଘେରାବନ୍ଦୀ କରାଯାଇଛି ।