fbpx

ଆଜି ଫାଶୀରେ ଝୁଲିବ ୪ନିର୍ଭୟା ଦୁଷ୍କର୍ମକାରୀଙ୍କ ପୁତ୍ତଳିକା

ନୂଆଦିଲ୍ଲୀ, ୧୮ା୩: ବହୁ ଚର୍ଚ୍ଚିତ ୨୦୧୨ର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଚାରି ଦୋଷୀଙ୍କ ପୁତ୍ତଳିକା ଆଜି ଫାଶୀରେ ଝୁଲିବ । ଦୋଷୀଙ୍କ ଓଜନର ଦେଢ଼ଗୁଣା ଓଜନର ପୁତ୍ତଳିକାକୁ ଫାଶୀରେ ଝୁଲାଯିବ । ଏହାସହ ରଶି, ପଟା ଓ ଲିଭର ଆଦିର ପରୀକ୍ଷା କରିବେ ଜହ୍ଲାଦ ପବନ ।

ଗତ ୫ତାରିଖ ଦିନ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କୁ ଫାଶି ଦେବା ପାଇଁ ସାନି ଡ଼େଥ୍ ୱାରେଣ୍ଟ ଜାରି କରିଥିଲେ ପଟିଆଲାହାଉସ କୋର୍ଟ । ମାର୍ଚ୍ଚ ୨୦ରେ ୪ଦୋଷୀ ଅକ୍ଷୟ, ପବନ, ବିନୟ ଓ ମୁକେଶକୁ ଫାଶି ଦିଆଯିବ । ମାର୍ଚ୍ଚ ୨୦ସକାଳ ୫ଟା ୩୦ରେ ଫାଶି ଦିଆଯିବା ନେଇ ସମୟ ଧାର୍ୟ୍ୟ କରାଯାଇଛି।

Get real time updates directly on you device, subscribe now.