fbpx

ଅନ୍ତର୍ଜାତୀୟ ମହିଳା ଦିବସ: ବିବାହର ପ୍ରଥମ ଦିନରେ ମହିଳା ମାନେ ଆଦୌ କରନ୍ତୁ ନାହିଁ ଏହି ୫ଟି ଭୂଲ୍, ନଚେତ୍ ପରେ କରିବେ ପଶ୍ଚାତାପ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ ତାରିଖରେ ବିଶ୍ୱବ୍ୟାପୀ ପାଳନ କରାଯାଉଛି । ଅନ୍ତର୍ଜାତୀୟ ମହିଳା ଦିବସ ମୂଳଦୁଆ ପଡିଥିଲା ଏକ ଶ୍ରମ ଆନ୍ଦୋଳନରୁ। ୧୯୦୮ରେ ନିଜ ଅଧିକାର ପାଇଁ ନ୍ୟୁୟର୍କର ରାଜରାସ୍ତାକୁ ଓହ୍ଲାଇଥିଲେ ପ୍ରାୟ ୧୫ ହଜାର ମହିଳା। ବିକ୍ଷୋଭ କରୁଥିବା କାର୍ୟ୍ୟରତ ମହିଳାଙ୍କ ଦାବି ଥିଲା କାମର ସମୟ ହ୍ରାସ ସହ ଦରମା ବୃଦ୍ଧି । ଏହା ସହ ଭୋଟ ଦେବାର ଅଧିକାର ମଧ୍ୟ ଦାବି କରିଥିଲେ। ଏହାର ଏକ ବର୍ଷ ପରେ ୧୯୦୯ରେ ପ୍ରଥମ ଥର ପାଇଁ ୨୮ ଫେବ୍ରୁଆରୀରେ ମହିଳା ଦିବସ ପାଳନ ଆରମ୍ଭ କରିଥିଲା ଆମେରିକାର ସୋସାଲିଷ୍ଟ ପାର୍ଟି । ଧିରେଧିରେ ଅନ୍ୟ ଦେଶ ଓ ସଂଗଠନ ଭିନ୍ନ ଭିନ୍ନ ସମୟରେ ମହିଳା ଦିବସ ପାଳନ ଆରମ୍ଭ କଲେ। ୧୯୭୫ରେ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା ଜାତିସଂଘ।

ତେବେ ପ୍ରଶ୍ନ ଉଠୁଛି ମାର୍ଚ୍ଚ ୮ କାହିଁକି? ଖାଦ୍ୟ ଏବଂ ଶାନ୍ତି ପାଇଁ ୧୯୧୭ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ରୁଷର ମହିଳା। ପ୍ରାୟ ୪ ଦିନ କାଳ ଚାଲିଥିଲା ବିକ୍ଷୋଭ ପ୍ରଦର୍ଶନ। ଏହା ଥିଲା ଏକ ଐତିହାସକ ଆନ୍ଦୋଳନ। ଏହି ଆନ୍ଦୋଳନ ପରେ ତତ୍କାଳନୀ ରୁଷୀୟ ସମ୍ରାଟ କ୍ଷମତା ଛାଡିଥିଲେ। ମଧ୍ୟବର୍ତ୍ତୀକାଳୀନ ସରକାର ମହିଳାଙ୍କୁ ଭୋଟ ଦେବା ଅଧିକାର ଦେଲେ। ଯେଉଁଦିନ ଋଷର ମହିଳାମାନେ ଆନ୍ଦୋଳନ ଆରମ୍ଭ କରିଥିଲେ ସେଦିନ ଜୁଲିଅନ କ୍ୟାଲେଣ୍ଡରରେ ଥିଲା ଫେବୃଆରୀ ଶେଷ ରବିବାର। ଅନ୍ୟପଟେ ଗ୍ରେଗୋରିୟନ୍‌ କ୍ୟାଲେଣ୍ଡର ଅନୁଯାୟୀ ସେହି ଦିନ ଥିଲା ମାର୍ଚ୍ଚ ୮। ସେହିଦିନଠାରୁ ମାର୍ଚ୍ଚ ୮ ମହିଳା ଦିବସ ଭାବେ ପାଳିତ ହେଲା। ୧୯୭୫ରେ ଅନ୍ତର୍ଜାତୀୟ ମହିଳା ଦିବସକୁ ମାନ୍ୟତା ଦେଲା ଜାତିସଂଘ।

ତେବେ ଆଜିକା ସମୟରେ ମହିଳା ମାନେ ନିଜ ନିଜର କାମକୁ କରିବାରେ ସମ୍ପୂର୍ଣ୍ଣ ରୂପେ ସକ୍ଷମ । ଏବେ କା ସମୟରେ ପୁରୁଷଙ୍କ ସହିତ ପାଦରେ ପାଦ ମିଶାଇ ଚାଲିବାର କ୍ଷମତା ରଖୁଛନ୍ତି ମହିଳା ମାନେ । ନିଜ ଭବିଷ୍ୟତ ନିଜେ ଗଢ଼ିପାରୁଛନ୍ତି । ତେବେ ଏହି କ୍ରମରେ ବିବାହ ପରେ ମହିଳା ମାନେ ଅନେକ ସମସ୍ୟା ଦେଇ ଗତି କରିଥାନ୍ତି । ତେଣୁ ଏହି ସମୟରେ କିଛି ଜିନିଷ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ । ତାହେଲେ ଚାଲନ୍ତୁ ଜାଣିବା ବିବାହର ପ୍ରଥମ ଦିନରେ କଣ କରିବା ଉଚିତ୍ ନୁହେଁ ।

ପ୍ରଥମଟି ହେଲା ମହିଳା ମାନେ ବିବାହ କରିବା ପରେ ନିଜ ଖୁସି ଉପରେ ଧ୍ୟାନ ନଦେଇ ପରିବାରକୁ କିପରି ଖୁସି ରଖିବେ ଓ ସେମାନଙ୍କ ମନ କିପରି ଜିଣିବେ ସେହି କାମରେ ଲାଗି ପଡ଼ନ୍ତି । ନିଜ କଥା ଭାବନ୍ତି ନାହିଁ । ଏପରି ସ୍ଥଳରେ ନିଜ ମନକୁ ମାରି ନିଜ ପସନ୍ଦର କାମ ନ କରି ପରିବାର ଲୋକଙ୍କ ଉପରେ ଦରକାର ଠାରୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏପରି ଲାଗି ରହିଲେ ଧୀରେ ଧୀରେ ମହିଳା ମାନଙ୍କ ମନରେ ଘୃଣା ଜନ୍ମ ନେଇଥାଏ । ତେଣୁ ପ୍ରଥମେ ନିଜ ଖୁସି କୁ ପ୍ରାଧାନ୍ୟ ଦେବା ଉଚିତ୍ ।

ଦ୍ୱିତୀୟରେ ନିଜର ଲକ୍ଷ୍ୟ ଓ ଆଶାକୁ ଲୁଚାଇ ରଖିବା । ମହିଳା ମାନେ ବିବାହ ପରେ ସେମାନଙ୍କ ଅପେକ୍ଷା ଓ ଆଶା ବିଷୟରେ କଥା ହେବା ନିହାତି ଦ୍ୱାରା ସେମାନଙ୍କ ଜୀବନ ଖୁବ୍ ଖୁସିରେ ବିତିବ । ପ୍ରଥମରୁ ହିଁ ଏହିସବୁ ଜିନିଷ ଗୁଡ଼ିକ କ୍ଲିୟର୍ କରି ନେବା ଉଚିତ୍ ।
ଉଚିତ୍ ଢ଼ଙ୍ଗରେ ନିଜ କଥା ନ ରଖିବା । ଯଦି ଆପଣଙ୍କ କଥା କେହି ବୁଝି ପାରୁନାହିଁ ବା କେହି ଆପଣଙ୍କୁ ଭୂଲ ବୁଝୁଛନ୍ତି ତାହେଲେ ଆପଣ ସେମାନଙ୍କୁ ଉଚିତ୍ ଢ଼ଙ୍ଗରେ ବୁଝାନ୍ତୁ । ଅନେକ ଥର ଏପରି ହୁଏ ଯେ, ସାମନାରେ ଥିବା ବ୍ୟକ୍ତି ଆପଣଙ୍କ କଥାକୁ ସଠିକ୍ ଭାବରେ ବୁଝି ପାରନ୍ତି ନାହିଁ । ତେଣୁ ଆପଣ ନିଜର କମ୍ୟୁନିକେସନ୍ ସ୍କିଲ୍ କୁ ଗ୍ରୋ କରନ୍ତୁ ।

ସ୍ୱାସ୍ଥ୍ୟକୁ ନଜରଅନ୍ଦାଜ କରିବା ହେଉଛି ଆଉ ଭୂଲ । ମହିଳା ମାନେ ପରିବାର କଥା ବୁଝିବାକୁ ଯାଇ ନିଜ ଶରୀର ତଥା ସ୍ୱାସ୍ଥ୍ୟ କତାକୁ ଭୂଲି ଯାଆନ୍ତି । ଯାହା ସେମାନଙ୍କୁ ଅସୁବିଧାରେ ପକାଇଥାଏ । ମହିଳା ମାନେ ପରିବାର ସଦସ୍ୟଙ୍କ କତା ବୁଝିବାକୁ ଯାଇ ନିଜେ ଚିନ୍ତାଗ୍ରସ୍ତ ହୋଇଯାଆନ୍ତି ଓ ଧୀରେ ଧୀରେ ସେମାନଙ୍କ ଓଜନ ବଢ଼ିଚାଲେ । ଆଉ ପରେ ଶରୀରକୁ ପୁଣି ପୂର୍ବାବସ୍ଥାକୁ ଫେରାଇ ଆଣିବାରେ କଷ୍ଟସାଧ୍ୟ ହୋଇପଡ଼େ ।

ଅନେକ ବିବାହିତା ମହିଳା ସେକ୍ସକୁ ପ୍ରାଥମିକତା ଦେଇପାରନ୍ତି ନାହିଁ ଓ ସମୟ ବି ବାହାର କରିପାରନ୍ତି ନାହିଁ । ଏହା ହେଉଛି ବିବାହ ପରର ବଡ଼ ଭୁଲ୍ । ସେକ୍ସୁଆଲ୍ ଲାଇଫ୍ ଭଲ ରହିବା ଦ୍ୱାରା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଭଲ ରିଲେସନ୍ ରହିଥାଏ ଓ ମୁଡ୍ ବି ଭଲ ରୁହେ । ଫିଜିକାଲ୍ ଆଟ୍ରାକ୍ସନ୍ ମଧ୍ୟ ରିଲେସନ୍ କୁ ଖୁବ୍ ମଜବୁତ୍ କରିବାରେ ସାହାଯ୍ୟ କରେ । ତେଣୁ ମହିଳା ମାନେ ସେକ୍ସକୁ ପ୍ରାଥମିକତା ଦେବା ଉଚିତ୍ ।

Get real time updates directly on you device, subscribe now.