fbpx

ଅଧିକ ଘାତକ ବୋଲର କିଏ ? ଅଶ୍ଵିନ ନା ହରଭଜନ, ଜବାବ ଦେଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ: ନିକଟରେ ସଂପନ୍ନ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଦଳର ତାରକା ଅଫ ସ୍ପିନର ରବି ଚନ୍ଦ୍ରନ ଅଶ୍ଵିନ ନିଜ ନାମରେ ବଡ ରେକର୍ଡ କରିଛନ୍ତି। ଓ୍ଵିକେଟ୍ ନେବା ମାମଲାରେ ସେ ଭାରତର ମହାନ ଅଲରାଉଣ୍ଡର କପିଲ୍ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତର ଦ୍ଵିତୀୟ ସର୍ବାଧିକ ଟେଷ୍ଟ ଓ୍ଵିକେଟ୍ ହାସଲକାରୀ ବୋଲର ହେବା ସହ ବିଶ୍ଵ ତାଲିକାରେ ନବମ ସ୍ଥାନକୁ ଉଠିଛନ୍ତି। ସାଧାରଣତଃ ଅଶ୍ଵିନଙ୍କ ତୂଳନା ଅଫ ସ୍ପିନର ହରଭଜନ ସିଂହଙ୍କ ସହ କରାଯାଏ। ଉଭୟ ଟେଷ୍ଟ କ୍ରିକେଟ୍ରେ ୪୦୦ରୁ ଅଧିକ ଓ୍ଵିକେଟ୍ ନେଇଛନ୍ତି। ଅଶ୍ଵିନ ଏବଂ ହରଭଜନଙ୍କ ମଧ୍ୟରୁ କିଏ ଘାତକ ବୋଲର ତାକୁ ନେଇ ଅନେକ ଥର ପ୍ରଶ୍ନ ଉଠିଛି। ଏହାକି ଉପରେ ନିଜର ଉତ୍ତର ଦେଇଛନ୍ତି ଭାରତର ପୂର୍ବତନ ବ୍ୟାଟସମ୍ୟାନ ଗୌତମ ଗମ୍ଭୀର।

ଷ୍ଟାର ସ୍ପୋର୍ଟ୍ସ କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଆଲୋଚନାରେ ଗମ୍ଭୀର କହିଛନ୍ତି, ଜଣେ ବାମହାତୀ ବ୍ୟାଟସମ୍ୟାନ ହିସାବରେ ମୁଁ ଅଶ୍ଵିନଙ୍କ ମୁକାବିଲା କରିବାକୁ ଚାହିଁବି ନାହିଁ। କାରଣ ଅଶ୍ଵିନଙ୍କ ବୋଲିଂରେ ଅନେକ ବିବିଧତା ରହିଛି। କିନ୍ତୁ ହରଭଜନଙ୍କୁ ବୋଲିଂ କରୁଥିବା ଦେଖିବାକୁ ଅଧିକ ପସନ୍ଦ କରିବି। ବାମହାତୀ ବ୍ୟାଟସମ୍ୟାନ ଭାବେ ଅଶ୍ଵିନ ମୋତେ ଆଉଟ୍ କରି ପାରିବେ। ତେବେ ବିଶେଷଜ୍ଞ ଏବଂ ଅନୁଭବ ହିସବରେ ହରଭଜନଙ୍କ ଦୁସରାରେ ବିବିଧତା ରହିଛି।

କୌଣସି ବି ବାମହାତୀ ବ୍ୟାଟସମ୍ୟାନଙ୍କ ପାଇଁ ଅଶ୍ଵିନଙ୍କ ସାମ୍ନା କରିବା କାଠିକାର ପାଠ। କାରଣ ସେ ବିବିଧତା ସହିତ ସଠିକ୍ ଲାଇନ୍ରେ ବୋଲିଂ କରିଥାନ୍ତି। ଟେଷ୍ଟରେ ସବୁଠୁ ଅଧିକ ଓ୍ଵିକେଟ୍ ନେବା ତାଲିକାରେ ଅଶ୍ଵିନ ବର୍ତ୍ତମାନ ନବମ ସ୍ଥାନକୁ ଉଠିଛନ୍ତି। ଅଶ୍ଵିନ ଜଣେ ଏମିତି ବୋଲର ଯାହାଙ୍କୁ ସାମ୍ନା କରିବା ମୋ ପାଇଁ ମୁସ୍କିଲ ହେବ ବୋଲି ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ଗମ୍ଭୀର କହିଛନ୍ତି।

Get real time updates directly on you device, subscribe now.