fbpx

ରାଜନୀତିରୁ ସନ୍ୟାସ ନେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.କେ ଆଣ୍ଟୋନୀ, ହାଇକମାଣ୍ଡ ଚିଠି ଲେଖି ଜଣାଇଲେ…

ନୂଆଦିଲ୍ଲୀ: ହାତ ଦଳ ଛଡ଼ିବା ସହ ରାଜନୀତିରୁ ସନ୍ୟାସ ନେବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.କେ ଆଣ୍ଟୋନୀ । ଏନେଇ ନେଇ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ଆଣ୍ଟୋନୀ । ସୋନିଆଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି କି, ସେ କେବଳ ରାଜନୀତିରୁ ସନ୍ୟାସ ନେଉ ନାହାଁନ୍ତି ବରଂ ଦିଲ୍ଲୀ ଛାଡି ଖୁବଶୀଘ୍ର ଥିରୁଅନନ୍ତପୁରମ ଫେରିଯିବେ ।

ସୂଚନା ମୁତାବକ କଂଗ୍ରେସ ନେତା ଏ.କେ ଆଣ୍ଟୋନୀଙ୍କ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେବାକୁ ଯାଉଛି । ତାଙ୍କ ଘୋଷଣା ମୁତାବକ ଏହାପରେ ସେ ରାଜନୀତିରୁ ସନ୍ୟାସ ନେବେ । ରାଜନୀତି ଛାଡିବା ସହ ସେ ସବୁଦିନ ପାଇଁ ଦିଲ୍ଲୀ ଛାଡି ନିଜ ଜନ୍ମମାଟି ଥିରୁଅନନ୍ତପୁରମ୍‌ ଫେରିଯିବେ ବୋଲି ସୋନିଆ ଗାନ୍ଧୀଙ୍କୁ ଚିଠିଲେଖି ଜଣାଇଛନ୍ତି । କହିରଖୁ କି ଦୀର୍ଘ ୫୨ ବର୍ଷ ହେବ ଆଣ୍ଟୋନୀ ରାଜନୀତିରେ ସକ୍ରିୟ ଥିଲେ । ଛାତ୍ର ଆନ୍ଦୋଳନରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଆଣ୍ଟୋନୀ ୧୯୭୦ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ମାତ୍ର ୩୭ ବର୍ଷ ବୟସରେ ସେ କେରଳର ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିଲେ । ତାଙ୍କ ରାଜନୀତି ଜୀବନ ମଧ୍ୟରେ ସେ କେରଳରେ ୩ ଥର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ । ଏହାସହ ୩ ଥର କେନ୍ଦ୍ରମନ୍ତ୍ରୀ, ୫ ଥର ରାଜ୍ୟସଭା ସାଂସଦ ଭାବେ ବି ଦାୟିତ୍ୱ ତୁଲାଇଛନ୍ତି ।

Get real time updates directly on you device, subscribe now.