fbpx

କଟକରେ ଜଳିଗଲା ଆମାଜନ ପାର୍ଶଲ୍ ବୋଝେଇ କଣ୍ଟେନର: ସାମ୍ନାକୁ ଆସିଲା Video

କଟକ(ଓଡ଼ିଶା ଭାସ୍କର): କଟକ ଶିଖରପୁର ବଡ଼ ଦୁର୍ଘଟଣା । ଦୁର୍ଘଟଣା ଯୋଗୁଁ ରାସ୍ତା ଉପରେ ଜଳିଗଲା ଆମାଜନ ପାର୍ଶଲ୍ ବୋଝେଇ କଣ୍ଟେନର । କଣ୍ଟେନର ସହ ଆଉ ଏକ ଗାଡ଼ି ମଧ୍ୟ ଜଳିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଚଉଳିଆଗଞ୍ଜ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ କଲେ ଆୟତ୍ତ କରିଛନ୍ତି । କୁହୁଡି ପାଇଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ତେବେ କଣ୍ଟେନର ଗାଡି ଆମାଜନ ପାର୍ସଲ ଲୋଡ଼ କରି ବ୍ୟାଙ୍ଗଲୋରରୁ କଲିକତା ଅଭିମୁଖେ ଯିବା ସମୟରେ ଶିଖରପୁର ନିକଟସ୍ଥ ରାସ୍ତା କଡରେ ଛିଡା ହୋଇଥିବା ପିକ୍ଅପକୁ ଧକ୍କା ଦେଇଥିଲା, ଯାହା ଫଳରେ ଉଭୟ ଗାଡି ଜଳି ଯାଇଥିଲା । ୧୬ ନମ୍ବର ଜାତୀୟ ରାଜପଥ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା ।ବର୍ତ୍ତମାନ ଗାଡି ଚଳାଚଳ ସ୍ୱାଭାବିକ ଅଛି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

Get real time updates directly on you device, subscribe now.