fbpx
BJD SKY
BJD SKY

ମିଶନ ଗୁଜରାଟରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦୀ, ଫଳାଫଳର ପରବର୍ତ୍ତୀ ଦିନ ହିଁ କଲେ ୯ କିମିର ଲମ୍ବା ରୋଡ୍ ଶୋ

BJD

ଅହମ୍ମଦାବାଦ: ଉତ୍ତର ପ୍ରଦେଶ ସମେତ ୪ ରାଜ୍ୟର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ ପରେ  ବିଜେପି ମିଶନ ଗୁଜରାଟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଗୁରୁବାର ୫ ରାଜ୍ୟର ଫଳାଫଳ ଆସିବାର ପରବର୍ତ୍ତୀ ଦିନ ହିଁ ପ୍ରଧାନମନ୍ତ୍ରୀ ମୋଦୀ ଗୃହ ରାଜ୍ୟ ଗୁଜରାଟ ଗସ୍ତ କରିଛନ୍ତି। ଏଠାରେ ବିମାନ ବନ୍ଦରରୁ ଗାନ୍ଧିନଗର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ମଙ୍ଗଳମ ପର୍ଯ୍ୟନ୍ତ ୯ କିଲୋମିଟରର ଲମ୍ବା ରୋଡ୍ ଶୋ ମଧ୍ୟ କରିଛନ୍ତି। ଗୁଜରାଟରେ ଗତ ବର୍ଷ ପୂରା କ୍ୟାବିନେଟ୍ ପରିବର୍ତ୍ତନ କରାଯାଇଥିଲା। ଭୂପେନ୍ଦ୍ର ସିଂହ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ଏହା ବ୍ୟତୀତ ନୀତିନ ପଟେଲଙ୍କ ସମେତ ଅନେକ ପୁରୁଣ ନେତାଙ୍କୁ କ୍ୟାବିନେଟରୁ ବାହାର କରାଯାଇଥିଲା।

ତେଣୁ ଗୁଜରାଟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପିର ପ୍ରମୁଖ ଚେହେରା ହୋଇ ପାରନ୍ତି। ଆଜି ରୋଡ୍ ଶୋ ପରେ ପ୍ରଧାନମନ୍ତ୍ରୀ ଭାଷଣ ମଧ୍ୟ ଦେଇ ପାରନ୍ତି। ଗୁଜରାଟ ବିଧାନସଭା ନିର୍ବାଚନକୁ ଆଉ ୯ ମାସ ବାକି ରହିଛି। ବିଜେପି ଏବେଠୁ ଗମ୍ଭୀରତାର ସହ ରାଜ୍ୟରେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦ୍ ଟୁଇଟ୍ କରି ଗୁଜରାଟ ଗସ୍ତ ବିଷୟରେ ସୂଚନା ଦେଇଥିଲେ। ସେ ଟୁଇଟ୍ କରି ଜଣାଇଥିଲେ ଯେ, ମୁଁ ଗୁଜରାଟ ଗସ୍ତରେ ଯାଉଛି। ଆଜି ଏବଂ ଆସନ୍ତାକାଲି ଅନେକ ଆୟୋଜନରେ ଯୋଗ ଦେବି। ଆଜି ସନ୍ଧ୍ୟାରେ ପଞ୍ଚାୟତ ମହା ସମ୍ମିଳନୀକୁ ସମ୍ବୋଧିତ କରିବି। ଏହି ସମୟରେ ପଞ୍ଚାୟତିରାଜ ସଂସ୍ଥାର ଅନେକ ପ୍ରତିନିଧି ଯୋଗ ଦେବେ।

 

ଆଜିର ରୋଡ୍ ଶୋରେ ପ୍ରାୟ ୫ ଲକ୍ଷ ଲୋକଙ୍କ ସମାଗମ ଘଟିଥିବା ବିଜେପି କହିଛି। ଏପରିକି ପଞ୍ଚାୟତିରାଜ ସମ୍ମିଳନୀରେ ମଧ୍ୟ ଏକ ଲକ୍ଷ ଲୋକ ସାମିଲ୍ ହେବାର ଅନୁମାନ କରାଯାଉଛି। ଏହା ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁପି ସମେତ ୪ ରାଜ୍ୟରେ ପ୍ରଚଣ୍ଡ ବିଜୟ ହାସଲ ପରେ କହିଥିଲେ ଯେ, ଏହା ଆମର ଭାଗ୍ୟ ଏବଂ କାମ ଉପରେ ଜନତାଙ୍କ ଭରସାର ପରିଣାମ।

 

Get real time updates directly on you device, subscribe now.