fbpx

ଦୁଇ ବର୍ଷ ପରେ ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ: ୪ ରାଜ୍ୟ ବିଜୟ ପରେ ଗାନ୍ଧୀନଗରରେ ମୋଦୀ

ଗାନ୍ଧିନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦୁଇ ଦିନିଆ ଗୁଜରାଟରେ ଅଛନ୍ତି। ଏହି ସମୟରେ ସେ ଶୁକ୍ରବାର ଗାନ୍ଧିନଗର ପହଞ୍ଚି ମାଆ ହୀରାବେନଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ ଦୁଇ ବର୍ଷ ପରେ ନିଜ ମାଆଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୯ ଅକ୍ଟୋବରରେ ମାଆ ହୀରାବେନଙ୍କୁ ଭେଟିଥିଲେ।

ଏହା ପୂର୍ବରୁ ଉତ୍ତର ପ୍ରଦେଶ ସହିତ ଚାରି ରାଜ୍ୟରେ ଦମଦାର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଗୁଜରାଟ ପହଞ୍ଚିଛନ୍ତି। ଅହମ୍ମଦାବାଦରେ ୧୦ କିଲୋମିଟର ଲମ୍ବା ରୋଡ ଶୋ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଚାୟତ ମହାସମ୍ମିଳନୀରେ ଉପସ୍ଥିତ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଜନତାଙ୍କ ବିକାଶ କାରଣରୁ ହିଁ ୟୁପି, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ବିଜେପି ପୁନର୍ବାର ବିଜୟ ହାସଲ କରିଛନ୍ତି।

ସେ କହିଛନ୍ତି, ଗଣତନ୍ତ୍ର ଶକ୍ତି କାରଣରୁ ବିଜେପିକୁ ଏହି ସବୁ ରାଜ୍ୟରେ ପୁନର୍ବାର ଜନତା ଭୋଟ୍ ଦେଇ ଜୟଯୁକ୍ତ କରାଇଛନ୍ତି। କେବଳ ବିକାଶ ପାଇଁ ହିଁ ଜନତା ବିଜେପିକୁ ଭୋଟ୍ ଦେଇଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଭାରତ ଯେଉଁ ସମୟରେ ସ୍ଵାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରୁଛି, ସେହି ସମୟରେ ଗ୍ରାମାଞ୍ଚଳ ବିକାଶର ସ୍ଵପ୍ନ ମଧ୍ୟ ପୂରଣ ହେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.