fbpx

ସିଏନ୍‌ସି ଗାଡ଼ି ଚାଳକ ପାଇଁ ହୋଲି ଉପହାର ଦେଲେ ଏହି ରାଜ୍ୟ ସରକାର, ଶସ୍ତା ହେବ ସିଏନ୍‌ଜି ଦର

ମୁମ୍ବାଇ: ମହାରାଷ୍ଟ୍ରର ଅର୍ଥମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର ବିଧାନସଭାରେ ୨୦୨୨-୨୩ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହି ସମୟରେ ପାୱାର କହିଛନ୍ତି ଯେ, ରାଜ୍ୟର ଅନେକ ସ୍ଥାନରେ ମହିଳାଙ୍କ ପାଇଁ ଡାକ୍ତରଖାନା ଖୋଲାଯିବ । ସ୍ୱର୍ଗତ ଭାରତରତ୍ନ ଲତା ମଙ୍ଗେସକରଙ୍କ ନାମରେ ସଂଗୀତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୧୦୦ କୋଟି ଟଙ୍କା ଆବଣ୍ଟନ କରାଯିବା ସହ ରାଜ୍ୟର ସମସ୍ତ ଟ୍ରାନ୍ସଜେଣ୍ଡରଙ୍କୁ ଆଇଡି କାର୍ଡ ଏବଂ ରାସନ କାର୍ଡ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ପ୍ରାକୃତିକ ଗ୍ୟାସରେ ସିଏନଜି ଚାଳିତ ଯାନ ବ୍ୟବହାର କରାଯିବ । ଏଥିରେ ଭାଟ୍‌ ହାରକୁ ୧୩.୫ ପ୍ରତିଶତରୁ ୩ ପ୍ରତିଶତକୁ ହ୍ରାସ  କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହା ଦ୍ୱାରା ରାଜସ୍ୱ ୮୦୦ କୋଟି ଟଙ୍କା ହ୍ରାସ ପାଇବ । ସିଏନଜିରେ ଚାଲୁଥିବା ଅଟୋ, ବସ୍‌, ଟ୍ୟାକ୍ସି ଡ୍ରାଇଭରଙ୍କୁ ଏହା ମହାରାଷ୍ଟ୍ର ସରକାର ବଡ଼ ଉପହାର ।

Get real time updates directly on you device, subscribe now.