fbpx

୪ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ କରି ୪ ଆତଙ୍କବାଦୀ ନିପାତ ହୋଇଛନ୍ତି । ଜମ୍ମୁ କାଶ୍ମୀରର ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳି ବିନିମୟରେ ଏହି ୪ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏଥି ମଧ୍ୟରେ ରହିଛନ୍ତି ପୁଲୱାମାରେ ଜୈଶରର ୨ ଆତଙ୍କବାଦୀ, ଗାନ୍ଦରୱାଲାରେ ଲସ୍କରର ଜଣେ ଆତଙ୍କବାଦୀ ଏବଂ ହନ୍ଦୱାଡାର ଜଣେ ଲସ୍କର ଆତଙ୍କବାଦୀ । ବର୍ତ୍ତମାନ ସବୁ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଆହୁରି ଆତଙ୍କୀ ଲୁଚି ରହିଥିବା ଆଶଙ୍କା କରାଯାଉଛି । ତେବେ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଏହି ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଏହି ୪ ଜଣ ନିପାତ ହୋଇଛନ୍ତି ।

Get real time updates directly on you device, subscribe now.