fbpx

(ଦେଖନ୍ତୁ Video) ଏକାସାଙ୍ଗରେ ୮୧ ଜଣ ଲୋକଙ୍କୁ ଦିଆଗଲା ଫାଶୀ: ଜାଣନ୍ତୁ କ’ଣ ଥିଲା ଅପରାଧ

ଦୁବାଇ: ହତ୍ୟା ଓ ଆତଙ୍କବାଦ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛି ସାଉଦି ଆରବ । ଆତଙ୍କୀ ସହ ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ୮୧ ଜଣ ଲୋକଙ୍କୁ ସାମୂହିକ ଭାବେ ମୁତ୍ୟୁଦଣ୍ଡ ଦିଆଯାଇଛି । ସାଉଦି ଆରବର ଆଧୁନିକ ଇତିହାସରେ ଗୋଟିଏ ଦିନରେ ଏତେ ଲୋକଙ୍କୁ ଏକାସାଙ୍ଗରେ ଫାଶୀ ଦେବା ପ୍ରଥମ ମାମଲା । ଏହା ର୍ପୂବରୁ ଜାନୁଆରୀ ୧୯୮୦ରେ ମକ୍କାର ବଡ଼ ମସଜିଦ ଜଡ଼ିତ ବନ୍ଧକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୬୩ ଉଗ୍ରବାଦୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯାଇଥିଲା ।

ମୃତ୍ୟୁଦଣ୍ଡ ପାଇଁ ଶନିବାର ଦିନ କାହିଁକି ଚୟନ କଲେ ସରକାର, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସମଗ୍ର ବିଶ୍ୱର ନଜର ରୁଷ-ୟୁକ୍ରେନ ଯୁଦ୍ଧରେ ଥିବା ସମୟରେ ଏପରି ଦଣ୍ଡ ଦେଇଛି ସାଉଦି ଆରବ ।

ତେବେ କରୋନା ଭାଇରସ ମହାମାରୀ ସମୟରେ ସାଉଦି ଆରବରେ ମୃତ୍ୟୁଦଣ୍ଡ ମାମଲାରେ ହ୍ରାସ ଘଟିଥିଲା । ଅବଶ୍ୟ ରାଜା ସଲମାନ ଏବଂ ତାଙ୍କ ପୁଅ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ଶାସନ କାଳରେ ବିଭିନ୍ନ ମାମଲାରେ ଦୋଷୀଙ୍କ ମୁଣ୍ଡ କଟା ଜାରି ରହିଥିଲା । ସରକାରୀ ନିୟନ୍ତ୍ରିତ ‘ସାଉଦି ପ୍ରେସ ଏଜେନ୍ସି’ ଶନିବାର ଦିନ ମୃତ୍ୟୁଦଣ୍ଡ ସମ୍ପର୍କରେ ସୂଚନା ଦେଇଛି । ଏଜେନ୍ସିରେ ଦିଆଯାଇଥିବା ସୂଚନା ଅନୁସାରେ, ନିରୀହ ପୁରୁଷ, ମହିଳା ଏବଂ ଶିଶୁ ହତ୍ୟା ଭଳି ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି ।

Get real time updates directly on you device, subscribe now.