fbpx

ଉଜ୍ଜ୍ୱଳା ଅଧିନରେ ହୋଲିରେ ମିଳିବ ମାଗଣା ସିଲିଣ୍ଡର: ୧.୬୫ କୋଟି ପରିବାର ପାଇବେ ଲାଭ

ନୂଆଦିଲ୍ଲୀ: ଉଜ୍ଜ୍ୱଳା ଯୋଜନା ଅଧିନରେ ଚଳିତବର୍ଷ ହୋଲିରେ ପ୍ରଥମ ମାଗଣା ସିଲିଣ୍ଡର ଯୋଗାଇବେ ଉତ୍ତରପ୍ରଦେଶ ସରକାର । ଖାଦ୍ୟ ଓ ଯୋଗାଣ ବିଭାଗ ହୋଲିରେ ଗ୍ୟାସ ସିଲିଣ୍ଡର ଯୋଗାଇବାକୁ ସରକାର ପ୍ରସ୍ତାବ ଦେଇଛି । ରାଜ୍ୟରେ ଉଜ୍ଜ୍ୱଳା ଯୋଜନାର ୧.୬୫ କୋଟି ହିତାଧିକାରୀ ଅଛନ୍ତି । ହୋଲିରେ ସିଲିଣ୍ଡର ଦେବା ପାଇଁ ସରକାର ୩୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ସଂକଳ୍ପ ପତ୍ରରେ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ହୋଲି ଏବଂ ଦିପାବଳୀରେ ମାଗଣା ସିଲିଣ୍ଡର ଦେବାକୁ ଘୋଷଣା କରିଛି । ଏବେ ପ୍ରଥମ ହୋଲିରେ ଏହାକୁ ଦେବା ପାଇଁ ପ୍ରସ୍ତୁତି ଚାଲିଛି । ଖାଦ୍ୟ ଓ ଯୋଗାଣ ବିଭାଗ ସୋମବାର ଦିନ ସରକାରଙ୍କ ନିକଟକୁ ଏହି ପ୍ରସ୍ତାବ ପଠାଇଛି । ଏହି ପ୍ରସ୍ତାବର ଅନୁମୋଦନ ପରେ ଅର୍ଥ ବିଭାଗରୁ ବଜେଟ୍ ପ୍ରକାଶ ପାଇବ ଏବଂ ଜିଲ୍ଲାରେ ସିଲିଣ୍ଡର ଦିଆଯିବ । ଉଜ୍ଜ୍ୱଳା ଯୋଜନା ଅଧୀନରେ ବିଜେପି ସରକାର ଗ୍ୟାସ ସଂଯୋଗ ମଧ୍ୟ ଦେଇଛନ୍ତି । ଏହା ସହ ମାଗଣା ରାସନ ଯୋଜନାକୁ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.