fbpx

କେନ୍ଦ୍ରୀୟ ବିଦ୍ୟାଳୟରେ ବମ୍ପର ନିଯୁକ୍ତି ସୁଯୋଗ: ଜାଣନ୍ତୁ ଆବେଦନର ପ୍ରକ୍ରିୟା

ନୂଆଦିଲ୍ଳୀ: କେନ୍ଦ୍ରୀୟ ବିଦ୍ୟାଳୟରେ ନିଯୁକ୍ତିର ବମ୍ପର ସୁଯୋଗ । ଉଭୟ ଶିକ୍ଷକ ଏବଂ ଅଣ ଶିକ୍ଷକ ପଦବୀ ପାଇଁ ଏହି ସମସ୍ତ ଭ୍ୟାକେନ୍ସି ସୃଷ୍ଟି ହୋଇଛି । ଦେଶର ବିଭିନ୍ନ ସ୍ଥାନରେ ରହିଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହି ନିଯୁକ୍ତି ସୃଷ୍ଟି ହୋଇଛି । ପିଜିଟି, ଟିଜିଟି, ପିଆରଟି ଏବଂ କାଉନସିଲର୍ ପଦବୀ ପାଇଁ ଏହି ବିଜ୍ଞପ୍ତି ସୃଷ୍ଟି ହୋଇଛି । ସ୍କୁଲର ଆଧିକାରିକ ୱେବସାଇଟରେ ଏହି ଚାକିରି ସମ୍ପର୍କରେ ବିସ୍ତୃତ ସୂଚନା ମିଳିବ । ୱାକ ଇନ୍ ଇଣ୍ଟରଭ୍ୟୁ ଜରିଆରେ ସମସ୍ତ ନିଯୁକ୍ତି ସମ୍ପୂର୍ଣ୍ଣ କରାଯିବ ।

କେଭି, ଡେରାଡୁନ୍: ଡେରାଡୁନରେ ୪ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଥିବା ବେଳେ କେଭି-୧, କେଭି-୨, କେଭି ବୀରପୁର ଓ କେଭି ଅପର କ୍ୟାମ୍ପ ପାଇଁ ଏହି ନିଯୁକ୍ତି ସୃଷ୍ଟି ହୋଇଛି । ପିଜିଟି, ଟିଜିଟି ଏବଂ ପ୍ରାଇମେରୀ ଶିକ୍ଷକ ପଦବୀ ପାଇଁ ଖାଲି ପଦ ସୃଷ୍ଟି ହୋଇଛି । ୧୪ ମାର୍ଚ୍ଚ ୨୦୨୨ରେ ୱାକ ଇନ୍ ଇଣ୍ଟରଭ୍ୟୁ ଆରମ୍ଭ ହେବ । ୧୬ ତାରିଖ ଯାଏଁ ଏହି ସାକ୍ଷାତକାର ଜାରି ରହିବ ।

କେଭି ଚୌକରି, କାନପୁର: କେନ୍ଦ୍ରୀୟ ବିଦ୍ୟାଳୟ ଚୌକରି, କାନପୁରରେ ପିଜିଟି, ଟିଜିଟି, ଏଜୁକେଶନ କାଉନସିଲର, ଡକ୍ଟର, ନର୍ସ, ଭୋକେଶନାଲ ଇନ୍ଷ୍ଟ୍ରକଟର ଏବଂ କମ୍ପ୍ୟୁଟର ଇନଷ୍ଟ୍ରକଟର ପଦ ପାଇଁ ଭର୍ତ୍ତି କରାଯିବ । ୧୪ରୁ ଆରମ୍ଭ ହେବାକୁ ଥିବା ଏହି ସାକ୍ଷାତକାର ମାର୍ଚ୍ଚ ୨୨ ତାରିଖ ଯାଏଁ ଚାଲିବ ।

କେଭି ଏନପିଜିସି, ଔରଙ୍ଗାବାଦ: କେଭି ଏନପିଜିସିରେ ଶିକ୍ଷକ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କେଭି ଏନପିଜିସିରେ ଏହି ପରୀକ୍ଷା ମାର୍ଚ୍ଚ ୨୨ ତାରିଖ ଯାଏଁ ଚାଲିବ ।

Get real time updates directly on you device, subscribe now.