fbpx

ବାଗପତରୁ ସାମ୍ନାକୁ ଆସିଲା ଏକ ଅଜବ ମାମଲା: ମଦ ପାର୍ଟିରେ ଲୁଣ ସରିଯିବାରୁ ପୁତୁରାର କାନ କାମୁଡିଲା ଦାଦା

ବାଗପତ: ବାଓଲି ଗାଁର ପଟ୍ଟି ଦେଶୁରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏକ ମଦପାର୍ଟି ଲୁଣ ସରିଯିବାକୁ ନେଇ ଦାଦା ଓ ପୁତୁରା ମଧ୍ୟରେ ଯୁକ୍ତତର୍କ ଆରମ୍ଭ ହୋଇଥିଲା, ଯାହାଫଳରେ ପୁତୁରାର କାନ କାମୁଡି ଛିଣ୍ଡାଇ ଦେଇଛି ଦାଦା । କାନଟି କଟି ତଳେ ପଡିବାରୁ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଗୁରୁତରଙ୍କୁ ସିଏଚସିରେ ଭର୍ତ୍ତି କରାଯାଇଛି । ଆହତ ଅନୁଜ ବାଓଲି ଗାଁର ବାସିନ୍ଦା ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଆହତ ଅନୁଜ ଗାଁର ଏକ ଘରେ ନିଜ ଦାଦା, ସୁଧିର ସହ ଅନ୍ୟ ଲୋକମାନଙ୍କ ସହ ବସିଥିଲା । ଏହାରି ମଧ୍ୟରେ ଲୁଣ ସରିଯିବାରୁ ଦାଦା ଓ ପୁତୁରାଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଲୁଣ ସରିବାର କଥା ବାରମ୍ବାର କହିବାରୁ ଅନୁଜ ବିରକ୍ତ ହୋଇଥିଲେ ଓ ମୋ କାନ କାଇଁ ଖାଉଛ ବୋଲି କହିଥିଲେ । ଏତିକି ଶୁଣି ଦାଦା ରାଗରେ ଆସି ସତକୁ ସତ ଅନୁଜଙ୍କ କାନକୁ କାମୁଡି ଦେଇଥିଲେ । କଟା ଅଧା କାନର ଅଂଶ ଭୂମିରେ ପଡିବାରୁ ରକ୍ତସ୍ରାବ ଆରମ୍ଭ ହୋଇଗଲା । ଏହାକୁ ନେଇ ଦାଦାଙ୍କ ସମେତ ଅନ୍ୟଲୋକମାନେ ସେଠାରୁ ଦୌଡ଼ି ପଳାଇଥିଲେ । ଘଟଣା ପରେ ଗୁରୁତର ଆହତ ଯୁବକ କୋତୱାଲି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଏବେ ପୋଲିସ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହ ଘଟଣାର ଛାନଭିନ୍ କରିଛି ।

Get real time updates directly on you device, subscribe now.