fbpx

କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଗିଫ୍ଟ: ବାର୍ଷିକ ଦରମାକୁ ବୃଦ୍ଧି କରିବେ ସରକାର, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ଅନେକ ସମୟ ଧରି ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି କରିବାକୁ ଦାବି କରୁଥିବା କେନ୍ଦ୍ରୀୟ କର୍ମଚାରୀଙ୍କୁ ଖୁବଶିଘ୍ର ଭଲ ଖବର ମିଳିପାରେ । କେନ୍ଦ୍ର ସରକାର ନିଜ ର୍କମଚାରୀଙ୍କ ଦରମା ବଢ଼ାଇବାକୁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ହିସାବରେ, ସରକାର ଖୁବଶୀଘ୍ର ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇପାରନ୍ତି ।

ତେବେ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ଦୀର୍ଘ ସମୟ ଧରି ସର୍ବନିମ୍ନ ଦରମାକୁ ୧୮,୦୦୦ରୁ ୨୬,୦୦୦ ଟଙ୍କାକୁ ବୃଦ୍ଧି କରିବା ଓ ଫିଟମେଣ୍ଟ ଫ୍ୟାକ୍ଟରକୁ ୨.୫୭ ଗୁଣରୁ ୩.୬୮ ଗୁଣ ବଢ଼ାଇବାକୁ ଦାବି କରିଛନ୍ତି । ଯଦି କେନ୍ଦ୍ର ସରକାର ଫିଟମେଣ୍ଟ ଫ୍ୟାକ୍ଟରରେ ବୃଦ୍ଧି ଘୋଷଣା କରନ୍ତି, ତେବେ ସେମାନଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ ।

ଫିଟମେଣ୍ଟ ଫ୍ୟାକ୍ଟର ବଢ଼ିବା ଦ୍ୱାରା ସର୍ବନିମ୍ବ ଦରମା ମଧ୍ୟ ବୃଦ୍ଧି ପାଇବ । ଏବେ କେନ୍ଦ୍ର କର୍ମଚାରୀଙ୍କୁ ୨.୫୭ ପ୍ରତିଶତ ଆଧାରରେ ଫିଟମେଣ୍ଟ ଫ୍ୟାକ୍ଟର ଅଧିନରେ ଦରମା ଦିଆଯାଉଛି, ଯାହାକୁ ବଢ଼ାଇ ୩.୬୮% କରାଯାଇପାରେ । ଯାହାଫଳରେ କେନ୍ଦ୍ର କର୍ମଚାରୀଙ୍କ ସର୍ବନିମ୍ନ ଦରମା ୮,୦୦୦ ଟଙ୍କା ବଢ଼ିଯିବ । ଏହାର ଅର୍ଥ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ସର୍ମନିମ୍ନ ଦରମା ୧୮,୦୦୦ରୁ ବଢ଼ି ୨୬,୦୦୦ ଟଙ୍କା କରାଯିବ ।

Get real time updates directly on you device, subscribe now.