fbpx

ଗୃହିଣୀମାନେ କିପରି କରିବେ ଇନଭେଷ୍ଟମେଣ୍ଟ ପ୍ଲାନିଂ, ଏହି ୫ଟି ସ୍କିମରେ ନିବେଶ କଲେ ମିଳିବ ଶାନଦାର ରିଟର୍ଣ୍ଣ

ନୂଆଦିଲ୍ଲୀ: ସାଧାରଣ ଭାବେ ନିବେଶ କରିବା ପାଇଁ ଅନେକ ଦିଗ ରହିଛି । ଯଦି ଆମେ ଗୃହିଣୀଙ୍କ ନିବେଶ କଥା ବିଚାର କରିବା, ଏ କ୍ଷେତ୍ରରେ ସେମାନେ ପରିବାରକୁ ସହଯୋଗ କରିପାରନ୍ତି ନାହିଁ । ଗୃହିଣୀମାନେ ଅଧିକାଂଶ ସମୟ ଘରକାର୍ଯ୍ୟରେ ବ୍ୟସ୍ତ ରହୁଥିଲେ ହେଁ ଅନେକ ସମୟରେ ସେ ନିଜର ପିତାମାତା, ଭାଇଙ୍କ ପରି ଆତ୍ମୀୟସ୍ୱଜନଙ୍କ ଠାରୁ କିଛି ମାତ୍ରାରେ ଅର୍ଥ ହାସଲ କରିଥାନ୍ତି । ଏହାକୁ ସେ ନିବେଶରେ ଲଗାଇ ନିଜର ପରିବାରର ଭବିଷ୍ୟତକୁ ସୁଦୃଢ଼ କରିପାରିବେ । ଏପରି ୫ଟି ସ୍ଥାନରେ ନିବେଶ କରି ମହିଳାମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ।

୧- ନିବେଶ ପାଇଁ ମ୍ୟୁଚୁଆଲ ଫଣ୍ଡ ହେଉଛି ଏକ ଶାନଦାର ବିକଳ୍ପ । ଗୃହିଣୀମାନେ ମାସକୁ ଅତିକମରେ ୧୦୦ ଟଙ୍କାର ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ (ଏସଆଇପି) କରିପାରିବେ । ଦୀର୍ଘ ଅବଧିରେ ଏଥିରୁ ଭଲ ରିଟର୍ଣ୍ଣ ମିଳିଥାଏ ।

୨- ମହିଳାମାନେ ବଣ୍ଡରେ ନିବେଶ କରି ମଧ୍ୟ ପ୍ରଫିଟ୍ ପାଇପାରିବେ । ଏହା ସାଧାରଣତଃ ଲୋନ୍ ପରି ହୋଇଥାଏ, ଯାହାକୁ କିଣିବା ପରେ ଆପଣଙ୍କୁ ବାର୍ଷିକ ସୁଧ ପ୍ରାପ୍ତ ହୋଇଥାଏ । ଏଥିରେ ଆପଣଙ୍କର ଅର୍ଥ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଥାଏ ।

୩- ଯଦି ମହିଳାମାନେ ଦୀର୍ଘ ଅବଧି ପାଇଁ ନିବେଶ କରିବାକୁ ଚାହୁଁଥାନ୍ତି, ତେବେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ଏକ ଉତ୍ତମ ସ୍କିମ ଅଟେ । ପିପିଏଫରେ ଏକ ଆର୍ଥିକ ବର୍ଷରେ ଅତିକମରେ ୫୦୦ ଟଙ୍କା ଜମା କରିବାକୁ ପଡ଼ିଥାଏ ଓ ଅତିକମରେ ୧୫ ବର୍ଷ ପାଇଁ ନିବେଶ କରାଯାଇଥାଏ ।

୪- ନ୍ୟାସନାଲ ସେଭିଙ୍ଗସ ସାର୍ଟିଫିକେଟ (ଏନଏସସି)ରେ ଗ୍ୟାରେଣ୍ଟିଯୁକ୍ତ ରିଟର୍ଣ୍ଣ ମିଳିଥାଏ । ଏଥିପାଇଁ ଲକ୍ ଇନ୍ ପିରିୟଡ଼ ୫ ବର୍ଷ ରହିଥାଏ । ଏଥିରେ ଅତିକମରେ ଏକ ହଜାର ଟଙ୍କାର ନିବେଶ କରିପାରିବେ ।

୫- ଯେଉଁ ମହିଳାଙ୍କର ଶେୟାର ମାର୍କେଟରେ ନିବେଶ ପାଇଁ ଇଚ୍ଛା ରହିଥାଏ, ସେମାନେ ସେଥିରୁ ଭଲ ପ୍ରଫିଟ ପାଇପାରିବେ । ଏଥିରେ ସର୍ବଦା ହାଇ ରିସ୍କ ଓ ହାଇ ରିଟର୍ଣ୍ଣ ରହିଥାଏ । ସଠିକ୍ ଷ୍ଟକ୍ ଚୟନ କରିବା ପାଇଁ ପ୍ରଥମେ ଶେୟାର ମାର୍କେଟ ଜ୍ଞାନ ହାସଲ କରିବା ନିହାତି ଜରୁରୀ ।

Get real time updates directly on you device, subscribe now.