fbpx

କରୋନାର ଖେଳ ସରି ନାହିଁ, ନୂଆ ଭାରିଆଣ୍ଟ BA.2 ପୁଣି ଆଣିବ ବିପଦ: ଆମେରିକା ବିଶେଷଜ୍ଞ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋଭିଡର ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ କିଛିଦିନ ଧରି ଚୀନ ସହ ଅନ୍ୟ କିଛି ରାଷ୍ଟ୍ରରେ ସଂକ୍ରମଣ ବଢ଼ିବାରେ ଲାଗିଛି । ତେବେ ଏହି ପରିପ୍ରେକ୍ଷୀରେ କୋଭିଡକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । କରୋନାର ଖେଳ ସମାପ୍ତ ହୋଇନାହିଁ, ନୂଆ ଭାରିଆଣ୍ଟ ବିଏ.୨ ପାଇଁ ପୁଣି ଥରେ ଭାଇରସ୍ ତାଣ୍ଡବ ରଚିବ । ଓମିକ୍ରମ ତୁଳନାରେ ଏହି ନୂଆ ଭାରିଆଣ୍ଟ ପାଖାପାଖି ୬୦ ପ୍ରତିଶତ ଅଧିକ ସଂକ୍ରାମକ । ଆମେରିକା ହ୍ୱାଇଟ୍ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡା. ଆନ୍ଥୋନୀ ଫାଉଚି ଏପରି ମତବ୍ୟକ୍ତ କରିଛନ୍ତି ।

ଡା. ଫାଉଚିଙ୍କ ମତରେ, ନୂଆ ଭାରିଆଣ୍ଟରେ ସଂକ୍ରମଣ କ୍ଷମତା ରହିଛି । ମାତ୍ର ଏହା ଅତ୍ୟଧିକ ଗମ୍ଭୀର ହେବା ନେଇ କିଛି ସ୍ପଷ୍ଟ ଲକ୍ଷଣ ଜଣାପଡ଼ୁନାହିଁ । ଏଥିରୁ ବର୍ତ୍ତିବା ପାଇଁ ବୁଷ୍ଟର ଡୋଜ ଓ ଟିକା ହେଉଛି ପ୍ରକୃତ ମାଧ୍ୟମ । ଏହି ଭାରିଆଣ୍ଟର ପ୍ରଭାବରେ ଚୀନ ଓ ୟୁରୋପରେ କିଛି ଅଞ୍ଚଳରେ ସଂକ୍ରମଣ ଉପରକୁ ଉଠିବାରେ ଲାଗିଛି । ଗତଦୁଇବର୍ଷ ଧରି କୋଭିଡ ସମଗ୍ର ବିଶ୍ୱକୁ ଅଣନିଃଶ୍ୱାସୀ କରି ରଖିଛି । ବିଶ୍ୱର ଗୋଟିଏ ପ୍ରାନ୍ତରେ ସଂକ୍ରମଣ ବଢ଼ିଲେ ଅନ୍ୟ ପ୍ରାନ୍ତରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି । କୋଭିଡ-୧୯ ସମାପ୍ତ ହୋଇନାହିଁ, ତେଣୁ ଏନେଇ ସଚେତନ ରହିବା ଜରୁରୀ ।

Get real time updates directly on you device, subscribe now.