fbpx

ସମୁଦ୍ରରେ ଲୀନ ହେବ କୋଲକାତା!: ପରିସ୍ଥିତି ନ ସୁଧୁରିଲେ ଏହି ତାରିଖ ସୁଦ୍ଧା ବୁଡିଯିବ ସାରା ସହର

କୋଲକାତା: ବିପର୍ଯ୍ୟୟ ଏବଂ ଏହାଦ୍ୱାରା ହେଉଥିବା ମୃତ୍ୟୁସଂଖ୍ୟା ଅନୁସାରେ କୋଲକାତା ମଧ୍ୟ ଭାରତର ୮ ସହର ମଧ୍ୟରେ ସ୍ଥାନ ପାଇଛି । ସମୁଦ୍ର ପତନ ବଢିବା ସହ ବନ୍ୟା ଏବଂ ପ୍ରଳୟର ସମ୍ଭାବନା ବଢୁଥିବା ସହର ମଧ୍ୟରେ କୋଲକାତା ଗୋଟିଏ ସହର ହୋଇଥିବା କହିଛି ଇଣ୍ଟରଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ ଚେଞ୍ଜ । ତେବେ ଯଦି ଏହି ପରିସ୍ଥିତିରେ ପରିବର୍ତ୍ତନ ନ ଆସେ ଖୁବ ଶୀଘ୍ର ଏହି ସହର ସମୁଦ୍ର ଭିତରେ ଲୀନ ହୋଇଯିବ ବୋଲି ଅନୁମାନ କରାଯାଉଛି ।

ଅଧ୍ୟୟନକୁ ଦେଖିବାକୁ ଗଲେ କୋଲକାତାରେ ଥିବା ୧୮୫୧ ବର୍ଗ କିଲୋମିଟରର ସିୱେଜ ସିଷ୍ଟମ ସହର ପାଇଁ ପର୍ଯ୍ୟାପ୍ତ ହୋଇନାହିଁ । ଏହାସହିତ ଏଠାକାର ଡ୍ରେନେଜ ସିଷ୍ଟମ ମଧ୍ୟ ୨୫ ବେସିନରେ ବିଭକ୍ତ ହୋଇଛି । ଫଳରେ ମୌସୁମୀ ସମୟରେ ଜୁଆର ଆସିବା ଦ୍ୱାରା ବିଭିନ୍ନ ସ୍ଥାନରେ ପାଣିଜାମ ହେବା ସହ ଅନ୍ୟାନ୍ୟ ଅସୁବିଧା ହୋଇଥାଏ । ହୁଗଳୀ ନଦୀର ପାଣି ମଧ୍ୟ ବଢିବା ସହିତ ସମୁଦ୍ର ପତନ ବୃଦ୍ଧି ହେତୁ ସୁନ୍ଦରବନରେ ବନ୍ୟା ବିପତ୍ତି ଆଶଙ୍କା ବଡିଯାଇଥାଏ ।

ଜଳବାୟୁର ପରିବର୍ତ୍ତନକୁ ଲକ୍ଷ୍ୟ କରି ସଠିକ ଉପାୟ ଅବଲମ୍ବନ କଲେ ଏଭଳି ସମସ୍ୟାଗୁଡିକର ସମାଧାନ ହୋଇ ପାରିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ତଣେୁ ସହରକୁ ଶସ୍ୟ ସବୁଜ ସହିତ ନଦୀ, ଝରଣା ଇତ୍ୟାଦିକୁ ସମୃଦ୍ଧ କରିବା ଉଚିତ । ସମସ୍ତ ଜଳସ୍ତୋତ୍ରକୁ ବଞ୍ଚାଇବା ଦ୍ୱାରା ସହର ଆହୁରି ସୁରକ୍ଷିତ ହୋଇପାରିବ ବୋଲି ବୈଜ୍ଞାନିକମାନେ ମତପ୍ରକାଶ କରିଛନ୍ତି । ସେହିପରି ବଡ ବଡ ଅଟ୍ଟାଳିକା ନିର୍ମାଣ କ୍ଷେତ୍ରରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ଯାହାଦ୍ୱାରା ସହର ଏକ ଉତ୍ତପ୍ତ ଦ୍ୱୀପରେ ପରିଣତ ହେବାରୁ ରକ୍ଷା ପାଇପାରିବ ।

Get real time updates directly on you device, subscribe now.