ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ଏକ ଖୁସିଖବର । ମହଙ୍ଗା ଭତ୍ତାକୁ ୧୧ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର, ଯାହାକି ଏପ୍ରିଲ ୨୦୨୨ରୁ ମିଳିବ । ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ମଧ୍ୟପ୍ରଦେଶର ସରକାରୀ କର୍ମଚାରୀଙ୍କୁ ଏହି ଗିଫ୍ଟ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଘୋଷଣା କରି କହିଛନ୍ତି ଯେ, ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ କରୋନା କାଳରେ ଆମେ ବୃଦ୍ଧ କରିପାରିନଥିଲୁ । ଏବେ ଏହାକୁ ବଢ଼ାଯିବ । ମହଙ୍ଗା ଭତ୍ତା ବା ଡିଏ ୩୧ ପ୍ରତିଶତ ବୃଦ୍ଧି ପାଇବ, ଯାହା ଏପ୍ରିଲ୍ ମାସରୁ ହିଁ ଲାଗୁ ହେବ । ଅର୍ଥାତ୍ ଏପ୍ରିଲ୍ ମାସରୁ କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗା ଭତ୍ତାର ଲାଭ ପାଇପାରିବେ ।
ଏହି ଘୋଷଣା ପରେ, ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ କେନ୍ଦ୍ର କର୍ମଚାରୀଙ୍କ ପରି ଡିଏ ମିଳିବ । ମଧ୍ୟପ୍ରଦେଶରେ ଏହା ପୁର୍ବରୁ ଅକ୍ଟୋବରରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୮ ପ୍ରତିଶତକୁ ବୃଦ୍ଧି ପାଇଥିଲା, ଯେଉଁ କାରଣରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୦ ପ୍ରତିଶତ ହୋଇଥିଲା । ଏବେ ୧୧ ପ୍ରତିଶତ ବୃଦ୍ଧି ସହିତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତକୁ ବୃଦ୍ଧି ପାଇଛି ।