ନୂଆଦିଲ୍ଲୀ: ଯଦି ଆପଣ ସୁନା ବା ସୁନାର ଗହଣା କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଜରୁରୀ ଖବର । ରୁଷ-ୟୁକ୍ରେନ ମଧ୍ୟରେ ଗତ ୨୮ ଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ସମେତ ସାରା ବିଶ୍ୱରେ ବୁଲିଅନ୍ ବଜାରରେ ଦରଦାମ୍ ତଳ-ଉପର ହେବାରେ ଲାଗିଛି । ଏହାରି ମଧ୍ୟରେ ସୁନା ଦର ୧୦ ଗ୍ରାମ ପିଛା ୪୫୬୩ ଟଙ୍କା ଓ ରୂପା କିଲୋଗ୍ରାମ ପିଛା ୧୨,୨୯୬ ଟଙ୍କା ଶସ୍ତା ହୋଇଛି । ଏବେ ସୁନା ୧୦ ଗ୍ରାମ ପିଛା ୫୧,୬୦୦ ଟଙ୍କା ଏବଂ ରୂପା କିଲୋଗ୍ରାମ ପିଛା ୬୭,୭୦୦ ଟଙ୍କା ମୂଲ୍ୟରେ ମିଳୁଛି ।
ପୂର୍ବ ବାଣିଜ୍ୟ ଦିନ ମଙ୍ଗଳବାର ତୁଳନାରେ ବୁଧବାର ଦିନ ସୁନା ୧୦ ଗ୍ରାମ ପିଛା ୧୩୩ ଟଙ୍କା ମହଙ୍ଗା ହୋଇଥିବା ବେଳେ ରୂପା କିଲୋଗ୍ରାମରେ ୪୧ ଟଙ୍କା ହ୍ରାସ ପାଇଛି । ବୁଧବାର ଦିନ ୧୦ ଗ୍ରାମ ପ୍ରତି ସୁନା ୧୩୩ ଟଙ୍କା ମହଙ୍ଗା ହୋଇ ୫୧,୬୩୭ ଟଙ୍କାରେ ବନ୍ଦ ହୋଇଗଲା । ଏହାପୂର୍ବରୁ ମଙ୍ଗଳବାର ଦିନ ୧୦ ଗ୍ରାମ ପ୍ରତି ୫୧,୫୦୪ ଟଙ୍କା ସୁନା ହୋଇଥିଲା । ଅନ୍ୟ ପଟେ ରୂପା ୪୧ ଟଙ୍କା ଶସ୍ତା ହୋଇ କିଲୋଗ୍ରାମ ପିଛା ୬୭,୭୩୪ ଟଙ୍କରେ ବନ୍ଦ ହୋଇଥିଲା । ଏହାପୂର୍ବରୁ ମଙ୍ଗଳବାର ଦିନ କିଲୋଗ୍ରାମ ପିଛା ୬୭୭୭୫ ରେ ରୂପା ବନ୍ଦ ହୋଇଯାଇଥିଲା ।
ଏହିପରି ଭାବେ ମଙ୍ଗଳବାର ଦିନ ୨୪ କ୍ୟାରେଟ ସୁନା ୧୩୩ ଟଙ୍କା ମହଙ୍ଗା ହୋଇ ୫୧୬୩୭ ଟଙ୍କା, ୨୩ କ୍ୟାରେଟ ସୁନା ୧୩୨ ଟଙ୍କା ମହଙ୍ଗା ହୋଇ ୫୧୪୩୦ ଟଙ୍କା, ୨୨ କ୍ୟାରେଟ ସୁନା ୧୨୧ ମହଙ୍ଗା ହୋଇ ୪୭୨୯୯ ଟଙ୍କା, ୧୮ କ୍ୟାରେଟ ସୁନା ୧୦୦ ଟଙ୍କା ମହଙ୍ଗା ହୋଇ ୩୮୭୨୮ ଟଙ୍କା ଏବଂ ୧୪ କ୍ୟାରେଟ ସୁନା ୭୮ ଟଙ୍କା ମହଙ୍ଗା ହୋଇ ୩୦,୨୦୮ ଟଙ୍କାରେ ବନ୍ଦ ହୋଇଥିଲା ।