fbpx

ରାଜଧାନୀ ବାସୀଙ୍କଠୁ ଆଦାୟ ହୋଇଛି ସବୁଠୁ ଅଧିକ ଟ୍ରାଫିକ୍ ଚାଲାଣ: ସଂସଦରେ ସୂଚନା ଦେଲେ ଗଡକରୀ

ନୂଆଦିଲ୍ଲୀ: ସମଗ୍ର ଭାରତରୁ ବର୍ଷ ୨୦୨୧ରେ ଟାଫ୍ରିକ ନିୟମ ଉଲଂଘନ ପାଇଁ ୧.୯୮ କୋଟି ଚାଳାଣ କଟା ଯାଇଥିବରା ବେଳେ ୧୮୯୮.୭୩କୋଟି ଟଙ୍କା ସଂଗ୍ରହ ହୋଇଛି । ଦିଲ୍ଲୀ ସହର ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି । କେନ୍ଦ୍ର ସଡକ ଓ ପରିବହନ ମନ୍ତୀ ନିତିନ ଗଡକରେ ସଂସଦରେ ଏ ସଂପର୍କରେ ତଥ୍ୟ ପ୍ରକାଶ କରି କହିଥିଲେ ୨୦୨୧ ମସିହାରେ ୨,୧,୩୨୮ ଟି ସଡକ ଦୁର୍ଘଟଣା ଘଟିଛି । ଏହି ତଥ୍ୟ ଅନୁସାରେ ଦିଲ୍ଲୀରେ ସବୁଠାରୁ ଅଧିକ ସଂଖ୍ୟକ ଟ୍ରାଫିକ ଉଲଂଘନକାରୀଙ୍କ ଚାଳାଣ କଟାଯାଇଛି । ଦିଲ୍ଲୀରେ ୨,୧,୩୨୮ ଟି ଚାଳାଣ କଟାଯାଇଥିବା ସମୟରେ ତାମିଲନାଡୁରେ ୩୬,୨୬,୦୩୭ଟି ଏବଂ କେରଳରେ ୧୭,୪୧,୯୩୨ଟି ଚାଳାଣ କଟାଯାଇଛି ।

ଏହିପରିକି ୪୦ ଲକ୍ଷ ଚାଳାଣ ବାବଦରେ ପ୍ରାୟ ୪୧୭ କୋଟି ଟଙ୍କାର ୨୦୨୨ମସିହା ଜାନୁଆରୀ ୧ରୁ ମାର୍ଚ୍ଚ ୧୫ ଭିତରେ ସମଗ୍ର ଦେଶରୁ ସଂଗ୍ରହ କରାଯାଇଛି । ସଂସଦରେ ଅଗଷ୍ଟ ୫, ୨୦୧୯ରେ ସଡକ ସୁରକ୍ଷାକୁ ନଜରରେ ରଖି ବିଲ୍ ପାସ କରାଯାଇଥିଲା ଯାହା ଆଧାରରେ ଶିକ୍ଷା , ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ସଡକ ସୁରକ୍ଷାକୁ ଉନ୍ନତ କରିବାକୁ ଚେଷ୍ଟା କରାଯାଛି । ଏହାଛଡା ୫୫୩ଟି ଜାତୀୟ ରାଜପଥ ୧୦,୯୬୪ କି.ମିର ପ୍ରସ୍ତୁତ କରିବା ନିମନ୍ତେ ୨୦୨୦-୨୧ ବଜେଟ୍ରେ ପ୍ରାୟ ୧,୫୩,୨୪୦ କୋଟି ଟଙ୍କାର ରହିଛି ।

Get real time updates directly on you device, subscribe now.