fbpx

ଆଜିଠୁ ଜନତା ମଇଦାନରେ ତୋଷାଳି ମେଳା, ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ଷୋଡ଼ଶ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ଚଳିତ ମାସ ୨୮ ତାରିଖ ଅର୍ଥାତ ଆଜି ଠାରୁ ଆରମ୍ଭ ହେବ । ଭୁବନେଶ୍ୱରର ଜନତା ମୈଦାନରେ ହେବାକୁ ଥିବା ଏହି ମେଳା ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏଥିରେ ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଏହି ହସ୍ତଶିଳ୍ପ ମେଳାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ । ଦେଶର ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ପ୍ରାଣ କେନ୍ଦ୍ର ଭୁବନେଶ୍ୱରରେ ପ୍ରତିବର୍ଷ ଜନତା ମଇଦାନରେ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ଆୟୋଜନ ହୋଇଥାଏ ।

ଚଳିତଥର ୩୯୦ ଷ୍ଟଲ୍‌ରେ ହସ୍ତତନ୍ତ ଓ ହସ୍ତଶିଳ୍ପର ସାମଗ୍ରୀ ମିଳିବ । ଦେଶର ବିଭିନ୍ନ ରାଜ୍ୟରୁ ୧୫୦ ବୁଣାକାର ଓ କାରିଗର ଆସିଥିବାବେଳେ ରାଜ୍ୟ ଭିତରୁ୧୫୦ ଜଣ କାରିଗର ଓ ୯୦ ଜଣ ବୁଣାକାର ସେମାନଙ୍କ ପାରମ୍ପରିକ ସାମଗ୍ରୀ ବିକ୍ରି କରିବେ ।ଖରା ପାଇଁ ଅପରାହ୍ନ ୩ଟାରୁ ରାତି ୧୦ଟା ଯାଏ ମେଳା ଚାଲିବ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Get real time updates directly on you device, subscribe now.