ନୂଆଦିଲ୍ଲୀ: ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, ଯେଉଁଥିରେ ଡାଳିମ୍ବ ବହୁତ ଭଲ ବୋଲି କୁହାଯାଏ । ଡାଳିମ୍ବ ଖାଇବା ଦ୍ୱାରା ଶରୀରରେ ବ୍ଲଡ଼ ଲେବଲ ବଢ଼ିଯାଏ । ଏହା ସ୍ୱାସ୍ଥ୍ୟ ସହିତ ସ୍କିନକୁ ଫାଇଦା ଦେଇଥାଏ । ଡାଳିମ୍ବରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି କି, ଅନେକ ଲୋକଙ୍କ ପାଇଁ ଡାଳିମ୍ବ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଏପରି ପରିସ୍ଥିତିରେ ଏହି ଲୋକମାନେ ଡାଳିମ୍ବ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ତେବେ ଆସନ୍ତୁ ଜାଣିବା କେଉଁମାନଙ୍କୁ ଡାଳିମ୍ବ ଖାଇବା ଉଚିତ୍ ନୁହେଁ…
ଏସିଡିଟି:-
ଏହି ସମସ୍ୟାରେ ଅସୁବିଧା ଭୋଗୁଥିବା ଲୋକମାନେ ଡାଳିମ୍ବ ଖାଇବା ଉଚିତ୍ ନୁହେଁ । ଡାଳିମ୍ବର ଥଣ୍ଡା ଗୁଣ ଯୋଗୁଁ ଖାଦ୍ୟ ସଠିକ୍ ଭାବରେ ହଜମ ହୁଏ ନାହିଁ । ଯେଉଁ କାରଣରୁ ଖାଇବା ପେଟରେ ସଢ଼ିଥାଏ ।
ଲୋ ବ୍ଲଡ଼ ପ୍ରେସର:-
ଯଦି ଆପଣଙ୍କର ଲୋ ବ୍ଲଡ଼ ପ୍ରେସରର ସମସ୍ୟା ଅଛି, ତେବେ ଡାଳିମ୍ବ ଖାଇବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।
କାଶ:-
ଯଦି ଆପଣଙ୍କର କାଶ ସମସ୍ୟା ଅଛି, ତେବେ ଡାଳିମ୍ବ ଖାଆନ୍ତୁ ନାହିଁ । ଏହା ସଂକ୍ରମଣକୁ ବଢ଼ାଇପାରେ । ତେଣୁ କାଶର ସମସ୍ୟା ଥିଲେ ଡାଳିମ୍ବଠାରୁ ଦୂରରେ ରହିବା ଉଚିତ୍ ।
ଚର୍ମ ସମସ୍ୟା:-
ଯଦି ଆପଣଙ୍କର ଚର୍ମ ସମସ୍ୟାକୁ ନେଇ କୌଣସି ଅସୁବିଧା ଅଛି, ତେବେ ଡାଳିମ୍ବ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହାର କାରଣ ହେଉଛି ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କ ସ୍କିନରେ ଲାଲ ରଙ୍ଗ ଦେଖାଯାଏ ।