fbpx

ଓଡିଆ ଆଥଲେଟଙ୍କୁ ସ୍ୱର୍ଣ୍ଣ: ଜାତୀୟ ପାରା ଆଥଲେଟିକରେ ଓଡିଆ ଝିଅଙ୍କୁ ଗୋଲ୍ଡ ମେଡାଲ

ଭୁବନେଶ୍ୱର: ଜାତୀୟ ପାରା ଆଥଲେଟିକରେ ଓଡିଆ ଝିଅ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଟି-୪୭ ବର୍ଗର ଶହେ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ଓଡିଆ ଆଥଲେଟ ଜୟନ୍ତୀ ବେହେରା । ଏହି ପଦକ ସହିତ ସେ ରାଜ୍ୟ ପାଇଁ ଆଣିଛନ୍ତି ଅପୂର୍ବ ଗୌରବ । ପୂର୍ବରୁ ବାଙ୍ଗାଲୋର ଓପନ ନ୍ୟାସନାଲ ପାରା ଆଥଲେଟିକରେ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ଜୟନ୍ତୀ । ୧୦୦ ମିଟର, ୨୦୦ ମିଟର ଏବଂ ୪୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରି ସମସ୍ତଙ୍କ ପ୍ରିୟ ହୋଇପାରିଥିଲେ ।

ଜୟନ୍ତୀ ୨୦୧୭ରେ ସ୍ୱିଜରଲାଣ୍ଡରେ ଆୟୋଜିତ ୱାର୍ଲ୍ଡ ଜୁନିୟର ପାରା ଆଥଲେଟିକ୍ ଚାମିୟନସିପ୍ ରେ ୪୦୦ ମି ରେ ସ୍ୱର୍ଣ୍ଣ ଏବଂ ୨୦୦ ମି ରେ ରୌପ୍ୟ ପଦକ ଜିତିଥିଲେ । ୨୦୧୮ରେ ଜାକର୍ତାରେ ଖେଳାଯାଇଥିବା ତୃତୀୟ ଏସିଆନ ପାରା ଆଥଲିଟ୍ ରେ ୪୦୦ ମି ଇଭେଣ୍ଟରେ ରୌପ୍ୟ ଏବଂ ୨୦୦ମି ଇଭେଣ୍ଟରେ ବ୍ରୋଞ୍ଜ ଜିିତିଥିଲେ । ଓଡ଼ିଶା ଆଥଲେଟିକ୍ ମିଟରେ ଭାଗନେଇ ରୌପ୍ୟ ଏବଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ସହ ୨୦୧୭ରେ ଚାଇନା ଓପନ ପାରା ଆଥଲେଟିକ ଗ୍ରାଣ୍ଡ୍ ପ୍ରିକ୍ସ ଚାମ୍ପିୟନସିପ୍ ରେ ମଧ୍ୟ ସ୍ୱର୍ଣ୍ଣ ଏବଂ ରୌପ୍ୟ ଜିତିଥିଲେ ।

Get real time updates directly on you device, subscribe now.