fbpx

ରେଡିଓ ଫେୟାରରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତାର ସମ୍ଭାର

ଭୁବନେଶ୍ୱର: ଆସନ୍ତା ଅପ୍ରେଲ ମାସ ୧୬ ଓ ୧୭ ତାରିଖରେ ସାମାଜିକ ସଂଗଠନ ଆଉଟରିଚ ପକ୍ଷରୁ ଆନ୍ତର୍ଜାତିକ ରେଡିଓ ମେଳା ଆୟୋଜିତ ହେବାକୁ ଯାଉଛି। ଏଥିରେ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଗୀତ, ନାଚ, ତର୍କ, ଆର୍ଜେଇଙ୍ଗ, ନିଉଜ ରିଡିଙ୍ଗ ଓ ଫ୍ୟାସନ ସୋ ଭଳି ପ୍ରତିଯୋଗିତା ମାନ ଅନ୍ତର୍ଭୁକ୍ତ କରାଯାଇଛି । ସ୍କୁଲ ଛାତ୍ରଛାତ୍ରୀ ମାନେ ଜୁନିୟର ଓ କଲେଜ, ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ସିନିୟର ବର୍ଗରେ ପ୍ରତିଯୋଗିତାରେ ଭାଗ ନେଇପାରିବେ। ଯୋଗ୍ୟ ବିବେଚିତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ନାମ ପଞ୍ଜୀକରଣ ଓ ଏ ସମ୍ପର୍କିତ ଅଧିକ ସୂଚନା ପାଇଁ ୭୬୮୩୮୭୦୮୧୩ ନମ୍ବରକୁ ଯୋଗାଯୋଗ କରିବାକୁ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.