fbpx

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ନୟାଗଡ଼(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ । ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ସାହୁଙ୍କ ଘରେ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି । ଯନ୍ତ୍ରୀ ଗୋବିନ୍ଦ ସାହୁଙ୍କ ଘର ସମେତ ୩ଟି ଜିଲ୍ଲାର ୬ଟି ସ୍ଥାନରେ ରେଡ୍ ହୋଇଛି । ଏକକାଳୀନ ଖୋର୍ଦ୍ଧା, ନୟାଗଡ଼ , କଟକ ଜିଲ୍ଲାରେ ଚାଲିଛି ରେଡ୍ ।

ତେବେ ନୟାଗଡ଼ରେ ଗୋବିନ୍ଦ ସାହୁଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି । ଏହା ସହ ଭୁବନେଶ୍ୱର ପଟିଆସ୍ଥିତ ବାସେରା ଇମପ୍ରେସନ ପ୍ଲସ ଆପାର୍ଟମେଣ୍ଟରେ ରେଡ୍ ହୋଇଛି । ସେହିପରି ଭୁବନେଶ୍ୱର ଗାୟତ୍ରୀ ବିହାରରେ ଥିବା ୨ ମହଲା ଘର, କଟକ କିଶୋରନଗର ପିନପୁର ଗାଁର ପୈତୃକ ଘର, କଟକ ଲାଲବାଗ ଆଲିସା ବଜାରରେ ଥିବା ଏକ ମହଲା ଘରେ ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ୫ ଜଣ ଡିଏସପି ଓ ୫ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.