fbpx

ରେକର୍ଡ ଭାଙ୍ଗିଲେ ଭିଣ୍ଟେଜ ମାହି: ଟି-୨୦ରେ ଆଉ ଏକ ମାଇଲଖୁଣ୍ଟ ପାର କଲେ ଧୋନୀ

ନୂଆଦିଲ୍ଲୀ: ୨୦୨୨ ସିଜନରେ ଦମଦାର ଫର୍ମରେ ନଜର ଆସିଛନ୍ତି ଭିଣ୍ଟେଜ ମାହି । ସିଏସକେର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର ପୁରୁଣା ଅବତାରରେ ଦେଖାଯାଉଛନ୍ତି । କୋଲକାତା ବିପକ୍ଷ ପ୍ରଥମ ମ୍ୟାଚରେ ଜବରଦସ୍ତ ଅର୍ଦ୍ଧଶତକ ପରେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ସେ ନିଜର ଜଲୱା ଜାରି ରଖିଛନ୍ତି । ଲକ୍ଷେ୍ନø ବିପକ୍ଷ ମ୍ୟାଚରେ ୨୧୦ ରନର ବିଶାଳ ସ୍କୋର ଠିଆ କରିଛି ଚେନ୍ନାଇ । କିନ୍ତୁ ଧୋନୀ ଏହି ମ୍ୟାଚରେ ଆଉ ଏକ ରେକର୍ଡ ନିଜ ନାମରେ କରିବାରେ ସଫଳ ହୋଇଛନ୍ତି ।

Image

ଚେନ୍ନାଇର ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ୪୯ ରନ କରି ପାଭିଲିୟନ ଫେରିବା ପରେ ମଇଦାନକୁ ଆସିଥିଲେ ଭିଣ୍ଟେଜ ମାହି । ପ୍ରଥମ ବଲରେ ହିଁ ଆଭେଶ ଖାନଙ୍କୁ ଛକା ମାରି ସେ ନିଜ ଉଦ୍ଦେଶ୍ୟ ସଫା କରି ଦେଇଥିଲେ । ତାଙ୍କ ପାଳି ଦଳ ପାଇଁ କୁବ ଛୋଟ ହେଲେ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି । ମାତ୍ର ୬ଟି ବଲରେ ସେ ୧୬ ରନ କରି ପ୍ରଶଂସକମାନଙ୍କୁ ତାଙ୍କ ପୁରୁଣା ଧୋନୀ କଥା ମନେ ପକାଇ ଦେଇଛନ୍ତି । ତେବେ ଏହି ୧୬ ରନରେ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଧୋନୀ । ଟି-୨୦ କ୍ରିକେଟରେ ବ୍ୟକ୍ତିଗତ ୭୦୦୦ ରନ ପୂରଣ କରିଛନ୍ତି ମାହି । ୩୪୯ ମ୍ୟାଚରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସେ ସଫଳ ହୋଇଛନ୍ତି । ଏହି ରେକର୍ଡ କରିବାରେ ଧୋନୀ ଭାରତର ପ୍ରଥମ ୱିକେଟ କିପର ବ୍ୟାଟ୍ସମ୍ୟାନ ପାଲଟିଛନ୍ତି । ଧୋନୀଙ୍କ ପୂର୍ବରୁ ଅନ୍ୟ କୌଣସି ୱିକେଟ କିପର ଏହି ମାଇଲଖୁଣ୍ଟ ପର୍ଯ୍ୟନ୍ତ ପହଞ୍ଚି ପାରି ନଥିଲେ ।

କେବଳ ସେତିକି ନୁହେଁ ଏହି ମ୍ୟାଚରେ ବିଶ୍ୱର ଶ୍ରେଷ୍ଠ ଫିନିଶରର ଭୂମିକାରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି । ଶେଷ ବଲରେ ଚୌକା ଲଗାଇ ସେ ଚେତାଇ ଦେଇଥିଲେ ଯେ ସେ ହିଁ ବିଶ୍ୱର ସର୍ବଶ୍ରେଷ୍ଠ ଫିନିଶର । ସେ ଖେଳିଥିବା ୬ଟି ବଲରେ ଦୁଇଟି ଚୌକା ଏବଂ ଗୋଟିଏ ଛକା ସାମିଲ ରହିଛି । ପ୍ରଥମ ବଲ ଛକା ପାଇଁ ଯାଇଥିବା ବେଳେ ଦ୍ୱିତୀୟ ବଲକୁ ଚୌକା ପାଇଁ ବାଉଣ୍ଡାରୀ ବାହାରକୁ ପଠାଇ ଦେଇଥିଲେ ଧୋନୀ । ତେବେ ପରବର୍ତ୍ତୀ ଦୁଇଟି ବଲରେ କୌଣସି ରନ ହୋଇନଥିଲା । ଏହାପରେ ପୁଣି ଥରେ ଶେଷ ବଲରେ ଚୌକା ମାରି ଦଳକୁ ୨୧୦ ରନରେ ପହଞ୍ଚାଇଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ।

Get real time updates directly on you device, subscribe now.