ନୂଆଦିଲ୍ଳୀ: ଆଜିକାଲି ସ୍ମାର୍ଟଫୋନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି । ତେବେ ଆପଣ ଜାଣନ୍ତି କି ଏହି ସ୍ମାର୍ଟଫୋନ କିଣିବା ଅପରାଧରେ ମଧ୍ୟ ଆପଣଙ୍କୁ ହୋଇପାରେ ଜେଲ । କମ ଦାମରେ ଭଲ ଫିଚର୍ସ ଥିବା ସ୍ମାର୍ଟଫୋନ କିଣିବା ଲୋଭରେ ଅନେକ ଲୋକ କିଛି ବିକଳ୍ପ ଉପାୟକୁ ବାଛି ନେଇଥାନ୍ତି । କିନ୍ତୁ ଏହି ନିଷ୍ପତ୍ତି ସେମାନଙ୍କୁ ଜେଲର ଚାରିକାନ୍ଥ ଭିତରେ ବାନ୍ଧି ଦେଇଥାଏ ।
କମ ଦାମରେ ପ୍ରିମିୟମ ସ୍ମାର୍ଟଫୋନ କିଣିବାର ସବୁଠୁ ଶସ୍ତା ମାଧ୍ୟମ ହେଉଛି ଅଣ୍ଡରଗ୍ରାଉଣ୍ଡ ମାର୍କେଟ । ଏହି ମାର୍କେଟ ସମ୍ପୂର୍ଣ୍ଣ ଅବୈଧ ଏବଂ ଏଠାରେ ବିକ୍ରି ହେଉଥିବା ପ୍ରାୟ ସମସ୍ତ ଗ୍ୟାଜେଟ ଚୋରା କିମ୍ବା ନକଲି ହୋଇଥାଏ । ତେଣୁ ଏଠାରୁ ଜିିନଷ କିଣିବା ଦ୍ୱାରା ଆପଣ ନିଜକୁ ବିପଦ ମୁହଁକୁ ଠେଲିବା ସହ ସମାନ । ଏହି ସ୍ଥାନରୁ ସ୍ମାର୍ଟଫୋନ କିଣିଲେ ଆପଣଙ୍କୁ ଜେଲ ମଧ୍ୟ ହୋଇପାରେ । କେବଳ ସେତିକି ନୁହେଁ ଏଠାରେ ବିକ୍ରି ହେଉଥିବା ବିଭିନ୍ନ ଗ୍ୟାଜେଟ ପ୍ରାୟତଃ କୌଣସି ବେଆଇନ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇଥାଏ । ତେଣୁ ଏହାକୁ ବ୍ୟବହାର କରିବାର ପରିଣାମ କେତେ ଭୟଙ୍କର ହେବ ଆପଣ ଅନୁମାନ କରି ପାରନ୍ତି । ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେ ବିକ୍ରି ହେଉଥିବା ଦାମୀ ସ୍ମାର୍ଟଫୋନର ଦାମ ୧୦ ହଜାରରୁ ୨୦ ହଜାର ଟଙ୍କା ହୋଇଥାଏ । ଏଥିପାଇଁ ଏଠାରୁ ସ୍ମାର୍ଟଫୋନ କିଣିବା ପାଇଁ ଲୋକମାନେ ଖୁବ ଆଗ୍ର ଦେଖାଇଥାନ୍ତି । କିନ୍ତୁ ଏହାର ପରିଣାମ ବିଷୟରେ କେହି ଜାଣି ନାହାନ୍ତି ।