fbpx

ସରିଲା ହାଇଡ୍ରାମା: କିରଣ ହେଲେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଲାଗିଥିବା ହାଇଡ୍ରାମାର ଅନ୍ତ ଘଟିଛି । ଛତ୍ରପୁର ବ୍ଲକର ଅଧ୍ୟକ୍ଷା ମୁକୁଟ ପିନ୍ଧିଛନ୍ତି କିରଣ ।

ଆଜି ବ୍ଲକର ୧୨ ଜଣ ସମିତି ସଭ୍ୟଙ୍କୁ ଅଟକ ରଖାଯିବା ସହ ସେମାନଙ୍କର ମୋବାଇଲ ଛଡ଼ାଇ ନିଆଯାଇଥିଲା । ସମସ୍ତ ସଭ୍ୟଙ୍କୁ ବାଲୁଗାଁ ବରକୂଳ ପାନ୍ଥ ନିବାସରେ ଅଟକ ରଖାଯାଇଥିଲା । ଜାଣିଶୁଣି ବିଧାୟକ ଏହି ହରକତ କରୁଥିବା ସଭ୍ୟମାନେ ଅଭିଯୋଗ କରିଥିଲେ । ଆଜି ମଧ୍ୟାହ୍ନ ୧୨ଟାରେ ଭୋଟ ହେବା ନେଇ ସ୍ଥିରୀକୃତ ହୋଇଥିବା ବେଳେ ତା’ ପୂର୍ବରୁ ସମସ୍ତଙ୍କୁ ଅଟକ ରଖାଯାଇଥିଲା । ତେଣୁ ସେମାନଙ୍କୁ ତୁରନ୍ତ ଉଦ୍ଧାର ନକଲେ ସେମାନେ ବାଲକୋନିରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ସଭ୍ୟମାନେ ଧମକ ଦେଇଥିଲେ । ଅନ୍ୟପଟେ ପୋଲିସ ଗେଟ ବାହାରେ ଜଗି ବସିବା ସହ ରାତି ୧୨ଟାରୁ କୌଣସି ସଭ୍ୟଙ୍କୁ ବାହାରକୁ ଛାଡ଼ିନଥିବା ଅଭିଯୋଗ କରିଥିଲେ ଜଣେ ସମିତି ସଭ୍ୟ । ପରେ ଏହି ଘଟଣା ପ୍ରଘଟ ହେବା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.