fbpx

ପୂର୍ବତନ MLA ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଣି ହୋଇଛି । କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ହତ୍ୟା ମାମଲାରେ ଅନୁପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଛତିଶଗଡ଼ର ରାୟଗଡ଼ ସେସନ୍ସ କୋର୍ଟ ଏହି ଦଣ୍ଡାଦେଶ ଶୁଣାଣି କରିଥିବା ଜଣାପଡ଼ିଛି । ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ବର୍ଦ୍ଧନ ଟପ୍ପୋଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି ।

ଗତ ୨୦୧୬ ମସିହାରେ ଚକ୍ରଧର ନଗର ଅଞ୍ଚଳରୁ କଳ୍ପନା ଓ ତାଙ୍କ ଝିଅଙ୍କ ମୃତଦେହ ମିଳିଥିଲା । ଦୁହିଁଙ୍କୁ ହତ୍ୟା କରି ଗାଡ଼ି ମଡ଼ାଇ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ୨୦୨୦ରେ ଅନୁପ ଓ ବର୍ଦ୍ଧନଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.