fbpx

ରୋଷଘର ଚୁଲି ଭଙ୍ଗାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରତିକ୍ରିୟା: ପୁନରାବୃତ୍ତି ନ ହେବା ପାଇଁ ନିଆଯିବ ପଦକ୍ଷେପ

ଶ୍ରୀମନ୍ଦିର ରୋଷଘରେ ପ୍ରାୟ ୮୦ ରୁ ଅଧିକ ଚୁଲି ଭାଙ୍ଗିବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି । ଏହାରି ମଧ୍ୟରେ ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ପୋଲିସ ଡିଜିି ସୁନୀଲ ବଂଶଲ ଶ୍ରୀମନ୍ଦିରରେ ପହଞ୍ଚି ଘଟଣାକୁ ନେଇ ଅନୁଧ୍ୟାନ କରୁଛନ୍ତି ।

ଶ୍ରୀମନ୍ଦିରରେ ଅନୁଧ୍ୟାନ ପରେ ମୁଖ୍ୟ ଶାସନ ସଚିବ ପ୍ରତିକ୍ରିୟା ରଖି କହିଛନ୍ତି ଯେ କେହି ଜଣେ ରାତିରେ ଲୁଚି ରହି ଏଭଳି କରିଛି, ରୋଷଘର ଅଗଣା ପାଖକୁ ଯାଇ ସ୍ଥିତିର ଅନୁଧ୍ୟାନ କଲୁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ସେ ଆହୁରି କହିଛନ୍ତି ସିସିଟିଭିରୁ କିଛିଟା ସୁରାକ୍ ମିଳିଛି, ଘଟଣା ସଂପର୍କରେ ଜେଟିପି ଷ୍ଟାଫ୍ ଙ୍କୁ ପଚରାଉଚରା ଚାଲିଛି ଆଶା କରାଯାଉଛି ଖୁବ୍ ଶୀଘ୍ର ସେହି ଲୋକଙ୍କୁ ଚିହ୍ନଟ କରିବେ । ଭବିଷ୍ୟତରେ ଯେପରି ଏଭଳି ଘଟଣା ନଘଟିବ ସେଥିପାଇଁ ଅନେକ ପଦକ୍ଷେପ ନିଆଯିବ ।

ପୋଲିସ ଡିଜି ସୁନୀଲ ବଂଶଲ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତି ଏତଲା କରାଯାଇଛି ପୋଲିସ ତଦନ୍ତ ଚାଲିଛି । ତଦନ୍ତରେ ଅଧିକ ସୁରାକ ମିଳିବ, ବର୍ତ୍ତମାନ ସୁଦ୍ଧା କୌଣସି ଷଡ଼ଯନ୍ତ୍ର ନେଇ ପ୍ରମାଣ ମିଳିନାହିଁ । ତେବେ କ’ଣ ପାଇଁ ଏଭଳି ହୋଇଛି ସବୁ ତଦନ୍ତ ପରେ ଜଣାପଡ଼ିବ । ସେ ଆହୁରି କହିଛନ୍ତି ସିସିଟିଭି ଏରିଆକୁ ବଢ଼ାଯିବ, ନୂଆ ସିସିଟିଭି ଲଗାଯିବ ।

Get real time updates directly on you device, subscribe now.