fbpx

ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟିଲା ବସ୍: ୩ ମୃତ, ୩୦ ଯାତ୍ରୀ ଆହତ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି । ୨୭ ନମ୍ବର ଜାତୀୟ ରାଜପଥରେ ଏକ ପ୍ରାଇଭେଟ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ବସରେ ବସିଥିବା ପାଖାପାଖି ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସଟି ଦିଲ୍ଲୀରୁ ବାଂସୀ ଓ ସିଦ୍ଧାର୍ଥ ନଗର ଅଭିମୁଖେ ଯାତ୍ରା କରୁଥିଲା ।

ବସଟି ଓଲଟି ପଡ଼ିବା ପରେ ସମସ୍ତ ଆହତଙ୍କୁ ଅଯୋଧ୍ୟା ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ମୃତାହତଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି । ଏହାପୂର୍ବରୁ ଗତ ମାସ ୯ ତାରିଖରେ ଉତ୍ତରପ୍ରଦେଶର ଇଟାୱାରେ ଏକ ସଡ଼କ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇବା ସହ ୫ ଜଣ ଆହତ ହୋଇଥିଲେ । ଏକ ଟ୍ରକ ଓ କାର ମୁହାଁମୁହିଁ ହେବାରୁ ଉକ୍ତ ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.