fbpx

ବକ୍ସ ଅଫିସରେ ଟକ୍କର ମାରିବେ ସାଉଥ ଇଣ୍ଡଷ୍ଟ୍ରିର ଦୁଇ ପାୱାର ହାଉସ୍: K.G.F: Chapter 2 ନା Beast, କିଏ ମାରିବ ବାଜି

ନୂଆଦିଲ୍ଲୀ: ଫିଲ୍ମପ୍ରେମୀଙ୍କ ପାଇଁ ଚଳିତ ଏପ୍ରିଲ ମାସ ଏଣ୍ଟରଟେନମେଣ୍ଟରେ ଫୁଲ୍ ବୋବାଲ୍ ରହିଛି । ସାଉଥ୍ ଇଣ୍ଡଷ୍ଟ୍ରିର ଦୁଇ ଆକ୍ସନ ଷ୍ଟାର ଥାଲାପତି ବିଜୟ ଓ ୟଶ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତାମିଲ୍ ଡ୍ୟାଶିଂ ଆକ୍ଟର ବିଜୟଙ୍କର ବିଷ୍ଟ ଏପ୍ରିଲ ୧୩ରେ ରିଲିଜ ହେବାକୁ ଥିବାବେଳେ କନ୍ନଡ଼ ସୁପରଷ୍ଟାର ୟଶଙ୍କର କେଜିଏଫ: ଚାପ୍ଟର-୨ ଏପ୍ରିଲ ୧୪ରେ ସିନେମା ଘରକୁ ଯିବ । ତେଣୁ ଏହି କ୍ଲାଶକୁ ଦେଖିବା ପାଇଁ ସିନେପ୍ରେମୀମାନେ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।

ସାଉଥର ଦୁଇ ହାଇଏଷ୍ଟ ପେଡ୍ ଆକ୍ଟର ଆମ୍ନାସାମ୍ନା ହେବା ନିଶ୍ଚିତ ଉକ୍ରଣ୍ଠାଜନକ । ଦୁଇ ଆକ୍ଟର କେବଳ ସାଉଥରେ ନୁହେଁ ନର୍ଥରେ ମଧ୍ୟ ଡଙ୍କା ବଜାଇଥାନ୍ତି । ବିଜୟ ଓ ୟଶଙ୍କର ଦୁଇଟିଯାକ ଫିଲ୍ମ ସୋସିଆଲ ମିଡ଼ିରେ ଛାଇ ରହିଛି । ତେବେ ବକ୍ସ ଅଫିସରେ କାହାର ଦବଦବା ଜାରି ରହିବ, ତାହା ଦେଖିବାକୁ ବାକି ରହିଲା ।

ବିଜୟଙ୍କ ବିଷ୍ଟକୁ ନେଇ ଇଣ୍ଟରନ୍ୟାସନାଲ ମାର୍କେଟରେ ବହୁତ ହାଇପ୍ ଦେଖିବାକୁ ମିଳିଛି । କୁଏତରେ ଏହାକୁ କଣ୍ଟେଣ୍ଟ କାରଣରୁ ବ୍ୟାନ୍ କରି ଦିଆଯାଇଛି । ଫିଲ୍ମଟି ତାମିଲ, ତେଲୁଗୁ, ମାଲାୟଲମ, କନ୍ନଡ଼ ଓ ହିନ୍ଦିରେ ରିଲିଜ୍ ହେବ । ୨୦୧୫ରେ ଆସିଥିବା ବିଜୟଙ୍କର ଫିଲ୍ମ ପୁଲି ଫ୍ଲପ୍ ହୋଇଥିବା ବେଳେ ତା’ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଅପରପକ୍ଷେ କେଜିଏଫର ସକସେସ୍ ୟଶଙ୍କୁ ପ୍ୟାନ ଇଣ୍ଡିଆ ଷ୍ଟାର ବନାଇ ଦେଇଥିଲା । ବାହୁବଳୀ ଷ୍ଟାର ପ୍ରଭାସଙ୍କ ପରେ ହିନ୍ଦି ମାର୍କେଟରେ ଦ୍ୱିତୀୟ ଷ୍ଟାର ଭାବେ ନିଜର ଯାଦୁ ଚଳାଇବାରେ ସକ୍ଷମ ହୋଇଥିଲେ ୟଶ । ପୁଷ୍ପା, ଆରଆରଆର ପରେ ଏବେ କେଜିଏଫ ୨ ଓ ବିଷ୍ଟ କିପରି ଧମାଲ୍ ମଚାଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.