fbpx

ପୁଣି ଧୋନୀଙ୍କୁ ଝଟକା: ଟାଟା IPL-୨୦୨୨ ର ଏହି ବିଜ୍ଞାପନ ଉପରେ ଲାଗିଲା ରୋକ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଚଳିତ IPL ସିଜନରେ ଖରାପ ପରିସ୍ଥିତି ଦେଇ ଗତି କରୁଛି ଚେନ୍ନାଇ ସୁପର କିଙ୍ଗସ । ଖେଳାଳିମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ଅନୁପସ୍ଥିତି ପରେ ଲିଗର ପ୍ରଥମ ୩ଟି ମ୍ୟାଚକୁ ହାତଛଡା କରି ସାରିଛି ଦଳ । ଏହାପରେ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଲାଗିଛି ଆଉ ଏକ ଝଟକା । ଚଳିତ ସିଜନ ପାଇଁ ଧୋନୀଙ୍କୁ ନେଇ ତିଆରି ହୋଇଥିବା ବିଜ୍ଞାପନ ଉପରେ ଲାଗିଛି ରୋକ । ଆଡଭର୍ଟାଇଜିଙ୍ଗ ଷ୍ଟାଣ୍ଡାର୍ଡସ କାଉନ୍ସିଲ ଅଫ ଇଣ୍ଡିଆ(ASCI) ଏହି ନିଷ୍ପତ୍ତି ନେଇଛି । ରୋଡ ସେଫ୍ଟି ଅର୍ଗାନାଇଜେସନ ଦ୍ୱାରା ଅଭିଯୋଗ ହେବା ପରେ ASCI ତରଫରୁ ଏହି ପ୍ରୋମୋସନାଲ ଆଡକୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଧୋନୀଙ୍କର ଏହି ବିଜ୍ଞାପନ ରାସ୍ତାର ଯାତାୟତ ନିୟମକୁ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ ହୋଇଛି । ସଡକ ସୁରକ୍ଷା ସଂଗଠନର ଏହି ଅଭିଯୋଗ ଅଧାରରେ ପ୍ରୋମୋ ପ୍ରସ୍ତୁତ କରିଥିବା କମ୍ପାନୀ ସହିତ ASCI, ଗ୍ରାହକ ଅଭିଯୋଗ କମିଟି ମିଶି ଏହି ବିଜ୍ଞାପନକୁ ଦେଖିବା ପରେ ନିୟମ ଉଲ୍ଲଙ୍ଘନ ହୋଇଥିବା ଅନୁଭବ କରିଛନ୍ତି ASCI । ଏହାପରେ ବିଜ୍ଞାପନ ପ୍ରସ୍ତୁତ କରିଥିବା କମ୍ପାନୀକୁ ଏହି ବିଜ୍ଞାପନ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୦ ଏପ୍ରିଲ ସୁଦ୍ଧା ଏହି ବିଜ୍ଞାପନକୁ ହଟାଇ ଦିଆଯାଉ ନଚେତ ଏଥିରେ ପରିବର୍ତ୍ତନ କରିବା ପାଇଁ କହିଛି ASCI । ତେବେ ଏହାକୁ ସ୍ୱୀକାର କରିବା ସହ ଦଣ୍ଡ ଗ୍ରହଣ କରିଛି ବିଜ୍ଞାପନ ପ୍ରସ୍ତୁତକାରୀ କମ୍ପାନୀ ।

ଧୋନୀଙ୍କର ଏହି ଭିଡିଓରେ ତାଙ୍କ ଜଣେ ବସ ଡ୍ରାଇଭର ଭାବରେ ଦେଖିବାକୁ ମିଳିଥିଲା । ରାସ୍ତା ମଝିରେ ଗାଡି ଅଟକାଇ IPLର ମଜା ନେଉଥିବା ଏହି ଭିଡିଓରେ ଦର୍ଶାଯାଇଛି । ତେବେ ବିଜ୍ଞାପନଟି ସୋଶିଆଲ ମିଡିଆରେ ଅପଲୋଡ ହେବା କ୍ଷଣି ଖୁବ ଭାଇରାଲ ହୋଇଥିଲା । କ୍ୟାପ୍ସନରେ ଲେଖାଥିଲା ‘IPL ଦେଖନେ କେ ଲିଏ ଫ୍ୟାନ୍ସ କିସି ଭି ହଦ ତକ ଯା ଶକ୍ତେ ହେଁ’ ଅନେକ ଲୋକ ଧୋନୀଙ୍କର ଏହି ନୂଆ ଲୁକକୁ ପସନ୍ଦ କରିଛନ୍ତି ।

Get real time updates directly on you device, subscribe now.