fbpx

Adani ଗ୍ରୁପରେ ୨ ବିଲିୟନ ଡଲାର ନିବେଶ କରିବ ଆବୁଧାବୀ ସ୍ଥିତ କମ୍ପାନୀ: ବଢ଼ିବ ଗୌତମ ଆଦାନୀଙ୍କ ସମ୍ପତ୍ତି

ବଢିଚାଲିଛି ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି । ଆବୁଧାବୀ ସ୍ଥିତ ବହୁଦେଶୀୟ କମ୍ପାନୀ ‘ଆନ୍ତର୍ଜାତୀୟ ହୋଲଡିଂ କମ୍ପାନୀ’(ଆଇଏଚସି) ଗୌତମ ଆଦାନୀଙ୍କ କମ୍ପାନୀରେ ୨ ବିଲିୟନ ଡଲାର ନିବେଶ କରିବ ବୋଲି ସୂଚନା ମିଳିଛି । କମ୍ପାନୀ ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡ, ଆଦାନୀ ଟ୍ରାନ୍ସମିଶନ ଲିମିଟେଡ, ଏବଂ ଆଦାନୀ ଏଣ୍ଟରପ୍ରାଇଜ ଲିମିଟେଡରେ ପ୍ରାଥମିକ ପୁଞ୍ଜି ଭାବେ ୨ ବିଲିୟନ ଡଲାର ନିବେଶ କରିବ ।

ଆଇଏଚସି ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡରେ ୩ ହଜାର ୮୫୦ କୋଟି, ଆଦାନୀ ଟ୍ରାନ୍ସମିଶନ ଲିମିଟେଡରେ ୩ ହଜାର ୮୫୦ କୋଟି ଏବଂ ଆଦାନୀ ଏଣ୍ଟରପ୍ରାଇଜ ଲିମିଟେଡରେ ୭ ହଜାର ୭୦୦ କୋଟି ନିବେଶ କରିବ । ଗୋଟିଏ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ଆଶା କରାଯାଉଛି ।

ଏହି ନିବେଶ ବିଷୟରେ ଆଦାନୀ ଗୃପ ପକ୍ଷରୁ କୁହାଯାଇଛି ଯେ ଏହି ବିନିଯୋଗ ଦୁଇ କମ୍ପାନୀର ଅଂଶୀଦାରିତା ଦୃଷ୍ଟି କୋଣରୁ ଏବଂ ସ୍ଥାୟୀ କମ୍ପାନୀ ଗୁଡ଼ିକରେ ନିବେଶ ଦିଗରେ ପ୍ରତିବଦ୍ଧତା ଅଟେ ।

Get real time updates directly on you device, subscribe now.