fbpx

ମନ୍ଦିରରେ ଯୁବତୀଙ୍କୁ ଲଭ୍ ଲେଟର ଦେଲା ପୂଜାରୀଙ୍କ ପୁଅ: ପିତାଙ୍କୁ ନିର୍ଧୁମ ପିଟିଲେ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଦାଉନରେ ଜଣେ ମନ୍ଦିର ପୂଜାରୀକୁ ଅତି ନିର୍ମମ ଭାବେ ପିଟିଥିବା ମାମଲା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଅଲାପୁର ଥାନା ଅଞ୍ଚଳା ଓପରୈଲାରେ ଜାହରବୀର ଦେବଙ୍କର ଏକ ମନ୍ଦିର ଅଛି । ସେଠାରେ ପୂଜାରୀଙ୍କ ପୁଅ ମନ୍ଦିରକୁ ପୂଜା କରିବାକୁ ଆସିଥିବା ଜଣେ ଯୁବତୀଙ୍କୁ ଲଭ୍ ଲେଟର ଦେଇଥିଲେ । ଏହାପରେ ଯୁବତୀ ଜଣକ ନିଜ ପରିବାର ଲୋକଙ୍କ ନିକଟରେ ଅଭିଯୋଗ କରିଥିଲେ ।

ପରିବାର ଲୋକେ ରାଗରେ ଆସି ପୂଜାରୀଙ୍କ ପୁଅକୁ ଖୋଜିଥିଲେ । କିନ୍ତୁ ମନ୍ଦିରରେ ନମିଳିବାରୁ ଯୁବତୀଙ୍କ ପରିବାର ଲୋକେ ପ୍ରତିଶୋଧ ନେବାକୁ ପୂଜାରୀଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ । କେବଳ ଏତିକି ନୁହେଁ, ସେମାନେ ମନ୍ଦିରରେ ଭଙ୍ଗାରୁଜା କରିବା ସହ ଦେବା-ଦେବୀଙ୍କ ପ୍ରତିମୂର୍ତ୍ତୀକୁ ବି କ୍ଷତି ପହଞ୍ଚାଇଥିଲେ ।

ପୀଡ଼ିତଙ୍କ ଭାଇ ରମେଶଙ୍କ କହିବା ମୁତାବକ, ପୂଜାରୀ ରାମନିବାସ ଯେବେ ପୂଜା କରିବାକୁ ଯାଇଥିଲେ, ସେବେ କିଛି ଲୋକ ତାଙ୍କୁ ଘେରି ଲୁହା ଅସ୍ତ୍ରରେ ପିଟିଥିଲେ ଓ ମନ୍ଦିରର ମୂର୍ତ୍ତୀକୁ ଭାଙ୍ଗି ଦେଇଥିଲେ ।

ଅନ୍ୟପଟେ ଯୁବତୀଙ୍କ ମା’ କହିଛନ୍ତି ଯେ, ତାଙ୍କ ଝିଅ ସବୁବେଳେ ମନ୍ଦିର ଯାଏ । ସେଠାରେ ପୂଜାରୀଙ୍କ ପୁଅ ଅନେକ ଥର ଝିଅକୁ ହଇରାଣ କରିଛି । ଅନେକ ଥର ସ୍କୁଲ ଯିବା ବେଳେ ସେ ଝିଅର ପିଛା କରିଥିଲା । କିନ୍ତୁ ଏଥର ସେ ସିଧାସଳଖ ତାକୁ ଲଭ୍ ଲେଟର ଦେଇଥିଲା । ସେଥିପାଇଁ ଆମେ ଏହାକୁ ସହ୍ୟ କରିପାରିଲୁନି । ଅନ୍ୟପଟେ ୨ ପକ୍ଷରୁ ଅଭିଯୋଗ ଆସିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.