fbpx

ମଲ୍ଲିକାର୍ଜୁନ ଖଡଗେଙ୍କ ପର୍ଯ୍ୟନ୍ତ ପହଞ୍ଚିଲା ନ୍ୟାସନାଲ ହେରାଲ୍ଡ କେସର ଯାଞ୍ଚ, ଜେରା କରୁଛି ଇଡି

ନୂଆଦିଲ୍ଲୀ: ନ୍ୟାସନାଲ ହେରଲାଡ କେସର ଯାଞ୍ଚ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋମବାର ଖଡଗେଙ୍କୁ ପଚରାଉଚୁରା କରିଛି। ଆଜି ହାଜର ହେବାକୁ ଖଡଗେଙ୍କୁ ଇଡି ସମନ ଜାରି କରିଥିଲା। ନ୍ୟାସନାଲ ହେରାଡ କେସର ଯାଞ୍ଚ ସୁବ୍ରମଣ୍ୟମ ସ୍ଵାମୀଙ୍କ ଅଭିଯୋଗ ଆଧାରରେ ଆରମ୍ଭ ହୋଇଥିଲା। ସେ ୨୦୧୨ରେ ଅଦାଲତରେ ଆବେଦନ ଦାଖଲ କରି କଂଗ୍ରେସ ନେତାଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଥିଲେ। ୟଙ୍ଗ ଇଣ୍ଡିଆ ଲିମିଟେଡ୍ କମ୍ପାନୀ ଆଧାରରେ ଆସୋସିଏଟ ଜର୍ଣ୍ଣାଲ୍ସ ଲିମିଟେଡର ଅଧିଗ୍ରହଣ କରାଯାଇଥିବା ସ୍ଵାମୀ ଅଭିଯୋଗ କରିଥିଲେ।

ସ୍ଵାମୀ ଦାବି କରିଥିଲେ ଯେ, ୟଙ୍ଗ ଇଣ୍ଡିଆ ଲିମିଟେଡ ଭୁଲ ପ୍ରକ୍ରିୟାରେ ନ୍ୟାସନାଲ ହେରାଲ୍ଡର ସଂପତ୍ତିର ଅଧିଗ୍ରହଣ କରି ନେଇଛି। ଆସୋସିଏଟେଡ ଜର୍ଣ୍ଣାଲ୍ସ ଲିମିଟେଡ କମ୍ପାନୀ ହିଁ ନ୍ୟାସନାଲ ହେରାଲ୍ଡ ଖବରକାଗଜର ପ୍ରକାଶନ କରିଥାଏ। ଏହି କମ୍ପାନୀର ସ୍ଥାପନା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୧୯୩୭ରେ କରିଥିଲେ। ସେ ଏଥିରେ ନିଜର ୫୦୦୦ ଅନ୍ୟ ସ୍ଵାଧୀନତା ସଂଗ୍ରାମୀଙ୍କୁ ସାମିଲ୍ କରିଥିଲେ। ଏହି ଖବରକାଗଜ କଂଗ୍ରେସ ପାର୍ଟିର ମୁଖପତ୍ର ରହିଥିଲା। ୨୦୦୮ରେ ୯୦ କୋଟି ଟଙ୍କାର ଋଣ କାରଣରୁ ଏହି ଖବରକାଗଜକୁ ବନ୍ଦ କରିବାକୁ ପଡିଥିଲା।

ସୁବ୍ରମଣ୍ୟମ ସ୍ଵାମୀ ନ୍ୟାସନାଲ ହେରାଲଡ କେସରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଦିବଗନ୍ତ ନେତା ମୋତିଲାଲ ବୋରା, ସାମ୍ବାଦିକ ସୁମନ ଦୁବେ ଏବଂ ଟେକ୍ନୋକ୍ରେଟର ସାମ ପିଟ୍ରୋଡାଙ୍କ ଉପରେ ଅଭିଯୋଗ ଆଣିଥିଲେ। ସ୍ଵାମୀ ଅଭିଯୋଗ କରିଥିଲେ ଯେ, ୟଙ୍ଗ ଇଣ୍ଡିଆ ଲିମିଟେଡ୍ ଜରିଆରେ ଭୁଲ୍ ପ୍ରକ୍ରିୟାରେ କଂଗ୍ରେସ ନେତାମାନେ ଏହାର ୨୦୦୦ କୋଟି ଟଙ୍କା ପର‌୍ୟ୍ୟନ୍ତ ସଂପତ୍ତି ହାତେଇ ନେଇଛନ୍ତି। ଏହି ମାମଲାରେ ଇଡି ପକ୍ଷରୁ ୨୦୧୪ରେ ଯାଞ୍ଚ ଆରମ୍ଭ ହୋଇଥିଲା।

 

Get real time updates directly on you device, subscribe now.