ମହିଳାଙ୍କ ପାଇଁ ସହଜ ହୋଇନଥାଏ ଛାଡ଼ପତ୍ର ନେବା: ଏହି କାରଣରୁ ଅଲଗା ହେବାକୁ ହୋଇଥାନ୍ତି ବାଧ୍ୟ

କୌଣସି ମହିଳାଙ୍କ ପାଇଁ ଛାଡ଼ପତ୍ର ନେବା ନିଷ୍ପତ୍ତି ସହଜ ହୋଇନଥାଏ । କାରଣ ଜଣେ ମହିଳା ପୁରୁଷଙ୍କ ତୁଳନାରେ କୌଣସି କଥାକୁ ଅଧିକ ସହ୍ୟ କରିପାରନ୍ତି ସହିପାରନ୍ତି କିନ୍ତୁ କିଛି କଥା ଏପରି ଥାଏ ଯାହା ସହ ସେମାନେ କେବେବି ସାଲିସ୍ କରିନଥାନ୍ତି । ଆଉ ଏପରି ସ୍ଥିତିରେ ସମାଜ ହେଉ ବା  ପରିବାର ପୁଣି ସମ୍ପର୍କୀୟମାନେ କିଛି ବି କୁହନ୍ତୁ ନିଜ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏମିତି କ’ଣ ସ୍ଥିତି ରହିଛି ଯେତେବେଳେ ମହିଳାମାନେ ଏହି କଠିନ ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହୋଇଥାନ୍ତି ।

୧. ଜଣେ ମହିଳା ସବୁକିଛି ସହିପାରିବେ କିନ୍ତୁ ସେ ଏହା ସହିପାରନ୍ତିନି ଯେତେବେଳେ ତାଙ୍କ ସ୍ୱାମୀ ଅନ୍ୟ କେଉଁ ମହିଳାଙ୍କ ସହ ସମ୍ପର୍କରେ ରହିଥିବେ । କାରଣ ପତ୍ନୀମାନେ ସ୍ୱାମୀ-ସ୍ତ୍ରୀ ସଂପର୍କ ମଧ୍ୟରେ ଧୋକାକୁ କେବେବି ସହିପାରନ୍ତିନି ।

୨. ଯେତେବେଳେ ମହିଳାଙ୍କ ଆତ୍ମସମ୍ମାନ ଉପରେ କଥା ଆସିଥାଏ ସେତେବେଳେ ସେମାନେ କୌଣସି କଥାରେ ସାଲିସ କରିନଥାନ୍ତି । ଯେତେବେଳେ ସ୍ୱାମୀ ସ୍ତ୍ରୀଙ୍କର ଆତ୍ମ ସମ୍ମାନକୁ ନଷ୍ଟ କରିଥାନ୍ତି ସେତେବେଳେ ସେମାନେ ଏହାକୁ ସହିପାରନଥାନ୍ତି ଏବଂ ଏହି ପରିସ୍ଥିତିରେ ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥାନ୍ତି ।

୩. ମହିଳାଙ୍କ ଇଚ୍ଛାକୁ ସମ୍ମାନ ନଜଣାଇବା: ବିବାହ ପରେ ମହିଳାଙ୍କ ଭବିଷ୍ୟତ କଥା ଚିନ୍ତା ନକରି କେବଳ ଘରକାମରେ ବାନ୍ଧି ରଖନ୍ତି ଏପରି ପରସ୍ଥିତିରେ ମଧ୍ୟ ପତ୍ନୀ ଛାଡ଼ପତ୍ର ନେଇପାରନ୍ତି । କାରଣ ବିବାହ ପରେ ସ୍ତ୍ରୀ ସ୍ୱାମୀକୁ ନିଜର ସବୁକିଛି ବୋଲି ଭାବିଥାଏ ଏବଂ ତାଙ୍କଠାରୁ ବହୁତ କିଛି ଆଶା ରଖିଥାଏ ।

୪. ସମସ୍ତେ ଜାଣିଛନ୍ତି ବିବାହ ପରେ ମହିଳାଙ୍କ ଦାୟିତ୍ୱ ବଢ଼ିଯାଇଥାଏ । ଆଉ ଏମିତିରେ ଯଦି ସବୁ ବୋଝ ମହିଳାଙ୍କ ଉପରେ ପକାଯାଏ ସେ ସେଥରେ ଚିନ୍ତିତ ହୋଇପଡ଼ନ୍ତି । ଆଉ ଏଭଳି ସ୍ଥିତିରେ ଯଦି ସ୍ୱାମୀ ତାଙ୍କ କଥା ନଶୁଣନ୍ତି ସେତେବେଳେ ସ୍ତ୍ରୀ ନିଜକୁ ଏକୁଟିଆ ଅନୁଭବ କରିଥାନ୍ତି ଏବଂ ଏହି ପରସ୍ଥିତିରେ ଛାଡ଼ପତ୍ର ନେବା ପାଇଁ ଚିନ୍ତା କରିଥାନ୍ତି ।