ଆଇପିଏଲର ଚଳିତ ସିଜନରେ କରୋନାର ଏଣ୍ଟ୍ରୀ ହୋଇଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସର ସପୋର୍ଟ ଷ୍ଠାଫ୍ ଫିଜିଓ ପେଟ୍ରିକ ଫରହାଟ୍ କରୋନାରେ ଆକ।।ନ୍ତ ହୋଇଛନ୍ତି । ଆଇପିଏଲ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ ଏନେଇ ସୂଚନା ଦିଆଯାଇଛି । ଆସନ୍ତାକାଲି ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାର ଅଛି ।
ସୋସିଆଲ ମିଡିଆରେ ଚାଲିଥିବା ଖବର ଅନୁଯାୟୀ, ଆସନ୍ତାକାଲି ମ୍ୟାଚ୍ ସ୍ଥଗିତ ରହିପାରେ । କିନ୍ତୁ ଆଇପିଏଲ ପକ୍ଷରୁ ଏବିଷୟରେ କୋଣସି ସୂଚନା ମିଳିନାହିଁ । ଆଇପିଏଲ କହିଛି ଯେ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପେଟ୍ରିକ୍ ଫରହାଟ୍ କରୋନାରେ ସଂକ୍ରମିତ ହୋଇଛନ୍ତି, ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସର ମେଡିକାଲ ଟିମ୍ ତାଙ୍କ ଉପରେ କଡ଼ା ନଜର ରଖିଛନ୍ତି ।
ପେଟ୍ରିକ ଦଳର ଫିଜିଓ ହୋଇଥିବାରୁ ସେ ସମସ୍ତ ଖେଳାଳିଙ୍କ ସମ୍ପର୍କରେ ଆସିଥିବାରୁ ସମସ୍ତ ଖେଳାଳିଙ୍କର କରୋନା ପରୀକ୍ଷା କରାଯାଇଛି । ଏହା ପରେ ଯଦି ଅନ୍ୟ କୌଣସି ଖେଳାଳିଙ୍କର କରୋନା ପଜିଟିଭ୍ ବାହାରେ ତେବେ ତାଙ୍କୁ ସଙ୍ଗରୋଧରେ ରଖାଯିବ ବୋଲି ସୂଚନା ମିଳିଛି । ଏଭଳି ପରିସ୍ଥିତିରେ ମ୍ୟାଚ୍ କୁ ସ୍ଥଗିତ କରାଯାଇପାରେ ।
ଗତବର୍ଷ ବାୟୋ ବବଲ ମଧ୍ୟରେ କରୋନା ପ୍ରବେଶ କରିଥିଲା । ଏହା ପରେ ବିସିସିଆଇ ଆଇପିଏଲକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା । ପରେ ୟୁଏଇରେ ଦ୍ୱିତୀୟ ଭାଗ ଆୟୋଜନ ହୋଇଥିଲା ।